Latest Odisha News

BREAKING NEWS

ଗୁଜରାଟ ବିପକ୍ଷରେ କୋଲକାତାର ସ୍ମରଣୀୟ ବିଜୟ: ରଶିଦଙ୍କ ହ୍ୟାଟ୍ରିକକୁ ବେକାର କଲା ରିଙ୍କୁଙ୍କ ସୁନାମୀ

ଅହମ୍ମଦାବାଦ: ଚଳିତ ଆଇପିଏଲର ସବୁଠାରୁ ରୋମାଂଚକ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୩ ୱିକେଟରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ୨୦୦ରୁ ଊର୍ଦ୍ଧ୍ୱ ରନ, ଶେଷ ଓଭରରେ ୨୯ ରନ ଏବଂ ହ୍ୟାଟ୍ରିକ ୱିକେଟ ସବୁ କିଛି ଦେଖିବାକୁ ମିଳିଥିଲା । ତେବେ ରିଙ୍କୁ ସିଂଙ୍କ ୨୧ ବଲରୁ ୪୮ରନ ଚର୍ଚ୍ଚାର କାରଣ ସାଜିଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଶୁଭମନ ଗିଲଙ୍କ ୩୯, ସାଇ ସୁଦର୍ଶନଙ୍କ ୫୩ ଓ ବିଜୟ ଶଙ୍କରଙ୍କ ବିସ୍ଫୋରକ ୬୩ ରନ ବଳରେ ୪ ୱିକେଟ ବିନିମୟରେ ୨୦୪ ରନ କରିଥିଲା । ସୁନୀଲ ନାରିନ ୩ଟି ୱିକେଟ ହାସଲ କରିଥିଲେ । ୨୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ୨୮ ରନରେ ୨ଟି ୱିକେଟ ହରାଇ ବିପଦରେ ପଡିଥିଲା । ଭେଙ୍କେଟେଶ ଆୟାର ୮୩ ଓ ନୀତିଶ ରାଣା ୪୫ ରନ କରି ମ୍ୟାଚରେ ରୋମାଂଚ ଭରିଥିଲା ।

ଏହା ପରେ ରଶିଦ ଖାଁ ହ୍ୟାଟ୍ରିକ ୱିକେଟ ହାସଲ କରି ମ୍ୟାଚକୁ ଗୁଜରାଟ ପକ୍ଷକୁ ନେଇ ଆସିଥିଲେ । ଶେଷ ଓଭରରେ କୋଲକାତ ବିଜୟ ପାଇଁ ୨୯ ରନ ଆବଶ୍ୟକ କରୁଥିଲା । ୟଶ ଦୟାଲଙ୍କ ପ୍ରଥମ ବଲରେ ଉମେଶ ଯାଦବ ଏକ ରନ କରି ରିଙ୍କୁଙ୍କୁ ବ୍ୟାଟିଂ ସୁଯୋଗ ଦେଇଥିଲେ । ରିଙ୍କୁ ଏହା ପରେ କ୍ରମାଗତ ୫ଟି ବଲରେ ୫ଟି ଛକା ମାରି ଦଳକୁ ବିଜୟୀ କରାଇଥିଲେ । ଗୁଜରାଟ ପକ୍ଷରୁ ରଶିଦ ୩ଟି ଏବଂ ଅଲଜାରୀ ଜୋସେଫ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.