Latest Odisha News

BREAKING NEWS

ହୋଟେଲର ଅଜବ ନିୟମ: ୯୦ ମିନିଟରେ ଶେଷ କରିବାକୁ ପଡ଼ିବ ପୁରା ଖାଦ୍ୟ

ନ୍ୟୁୟର୍କ: ଅଧିକାଂଶ ଲୋକ ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି । ସେଥିଲାଗି କେହି ନିଜ ପରିବାର ସହିତ ଯାଉଥିବା ବେଳେ ଆଉ କିଏ ନିଜ ସାଙ୍ଗମାନଙ୍କ ସହ ଯାଇଥାନ୍ତି । କିଛି ସମୟ ଏକାଠି ବସି କଥାବାର୍ତ୍ତା କରିବା ସହ ଫଟୋ ମଧ୍ୟ ଉଠାଇଥାନ୍ତି । କିନ୍ତୁ ଆମେରିକାର ନ୍ୟୁୟର୍କ ସିଟିର ହୋଟେଲଗୁଡ଼ିକ ଲୋକଙ୍କ ଏହି ମନୋଭାବକୁ ପସନ୍ଦ କରନ୍ତି ନାହିିଁ । ସେଥିଲାଗି ଅଜବ ନିୟମ କରିଛନ୍ତି । ଏଠାରେ ଖାଇବାକୁ ମାତ୍ର ୯୦ ମିିନିଟ୍ ସମୟ ଦିଆଯାଇଥାଏ । ଏହି ସମୟ ପରେ ଆଉ କିଛି ଅର୍ଡ଼ର କରିବାକୁ ଅନୁମତି ମିଳେ ନାହିଁ ।

ନ୍ୟୁୟର୍କ ସହରର ଚାଇନା ଟାଉନ୍ ଅଞ୍ଚଳରେ ୟେଶ ଆପୋଥେରି ନାମକ ଏକ ହୋଟେଲ ଅଛି, ଯେଉଁଠାରେ ଏହି ଅଦ୍ଭୁତ ନିୟମ ଅନୁପାଳନ କରାଯାଉଛି । କ୍ରିଷ୍ଟିନା ଇଜୋ ନାମକ ଜଣେ ଯୁବକ ଏହି ହୋଟେଲର ଅଭିଜ୍ଞତାକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ସେ ଓ ତାଙ୍କର କିଛି ସାଙ୍ଗ ଏହି ହୋଟେଲକୁ ଖାଇବାକୁ ଯାଇଥିଲେ । ଯେତେବେଳେ ସେ ଆଉ କିଛି ଅର୍ଡର କରିବା ପାଇଁ ଏକ ମେନୁ କାର୍ଡ ମାଗିଥିଲେ, ତାଙ୍କୁ କୁହାଯାଇଥିଲା ଯେ ସେ ଅର୍ଡର କରିପାରିବେ ନାହିଁ । କାରଣ ତାଙ୍କର ୯୦ ମିନିଟ୍ ଶେଷ ହୋଇଯାଇଛି । ତାଙ୍କୁ ଅନ୍ୟ ଗ୍ରାହକଙ୍କ ପାଇଁ ଟେବୁଲ୍ ଛାଡିବାକୁ ପଡିବ । ଏହି ନିୟମ କେବଳ ଏହି ହୋଟେଲର ନୁହେଁ । ନିକଟରେ ସେ ମଲବେରୀ ଷ୍ଟ୍ରିଟରେ ଥିବା ଟୋରିସି ବାର୍ ଆଣ୍ଡ ହୋଟେଲକୁ ଯାଇଥିଲେ, ଯେଉଁଠାରେଏହି ସମାନ ଅନୁଭୂତି ଥିଲା ।
ଏହି ନିୟମ ଲାଗୁ କରିବାର କାରଣ ହେଉଛି, ଯେତେବେଳେ କୋଭିଡ ସମୟରେ ହୋଟେଲ ଖୋଲାଯାଇଥିଲା, ସେତେବେଳେ ଜାଗାର ଅଭାବ ଦେଖାଦେଇଥିଲା । ଗ୍ରାହକମାନଙ୍କୁ ସ୍ଥାନ ଛାଡି ବସିବାକୁ ପଡୁଥିଲା । ଏହି କାରଣରୁ, ହୋଟେଲଗୁଡିକ ସମୟ ସୀମା ସ୍ଥିର କରିଥିଲେ । ଯାହାଦ୍ୱାରା ଗ୍ରାହକମାନେ ହୋଟେଲରେ ଅଧିକ ସମୟ ରହିବେ ନାହିଁ । କୋଭିଡରେ ହୋଇଥିବା କ୍ଷତି ଭରିବା ପାଇଁ ହୋଟେଲଗୁଡିକ ପୁନର୍ବାର ସମାନ ନିୟମ ରଖିଛନ୍ତି । ଯାହାଦ୍ୱାରା ଅଧିକରୁ ଅଧିକ ଗ୍ରାହକ ଖାଇପାରିବେ ।

Comments are closed.