ବାଙ୍କୀ: ବାଙ୍କୀ ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ପରିସରରେ ଵୋମା ମାଡ ହୋଇଛି । ଦୁର୍ବୃତ୍ତ ଵୋମା ମାଡ କରି ଫେରାର ହୋଇ ଯାଇଛନ୍ତି । ବାଙ୍କୀ କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ତା ଏହି ସୂଚନା ଦେଇଛନ୍ତି । ତେବେ ଵୋମା ମାଡ ପରେ କଲେଜ ଅଧ୍ୟକ୍ଷ କଣ ପଦକ୍ଷେପ ନେବେ ତାହା ଆସନ୍ତାକାଲି ଜଣାପଡିବ । ବୋମା ମାଡ଼ରେ କାହାରି କିଛି କ୍ଷତି ହୋଇ ନ ଥିବାର ଜଣା ପଡିଛି । କିନ୍ତୁ କଲେଜ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନାଥାଉକି, ନାମାଙ୍କନ ପତ୍ର ଯାଞ୍ଚ ସମୟ ରେ ପ୍ରାର୍ଥୀ ପତ୍ର ନାକଚ ହୋଇଥିବାରୁ ଏହାର ପୁନର୍ବିଚାର କରିବାକୁ ଛାତ୍ରମାନେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ସନ୍ଧ୍ୟା ସାତ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଜାରି ରଖିଥିଲେ । କିଛି ସମୟ ପରେ ଅଧ୍ୟକ୍ଷ, ଆନ୍ଦୋଳନକାରୀ ଛାତ୍ର ଓ ପୋଲିସ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ କଲେଜ ପରିସରରେ ଗୋଟିଏ ଵୋମା ମାଡ ହୋଇଥିଲା । ପୋଲିସ ଦ୍ୱାରା ତଦନ୍ତ କରାଯିବ ବୋଲି ବାଙ୍କୀ କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ତା ସୂଚନା ଦେଇଛନ୍ତି ।

