Latest Odisha News

BREAKING NEWS

କୋହଲି, ଡୁ ପ୍ଲେସି, ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ବାଙ୍ଗାଲୋର: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୧୩ ରନର ବିଜୟ ଲକ୍ଷ୍ୟ ଲକ୍ଷ୍ନୌ ସୁପର ଜ୍ୟାଂଟସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ ନିର୍ଦ୍ଧାରିତ ଓଭରରେ ୨ ୱିକେଟ ହରାଇ ୨୧୨ ରନ କରିଥିଲା । ଦୁଇ ଓପନର ବିରାଟ କୋହଲି ଓ ଫାଫ ଡୁ ପ୍ଲେସି ଆରମ୍ଭରୁ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । କୋହଲି ୪୪ ବଲରେ ୪ ଚୌକା ଓ ୪ଛକା ସହାୟତାରେ ୬୧ ରନ କରିଥିଲେ । ଏହା ପରେ ଡୁ ପ୍ଲେସିଙ୍କ ସହ ମିଶି ଗ୍ଲେନ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ମ୍ୟାକ୍ସୱେଲ ୨୯ ବଲରେ ୩ ଚୌକା ଓ ୪ଛକା ସହାୟତାରେ ୫୯ ରନ କରି ଆଉଟ ହୋଇଥିଲେ । ଡୁ ପ୍ଲେସି ୪୬ ବଲରେ ୫ ଚୌକା ଓ ୫ ଛକାରେ ୭୯ ରନ କରି ଅପରାଜିତ ରହିଥିଲେ ।

ବିପକ୍ଷ ଦଳ ପକ୍ଷରୁ ମାର୍କ ଉଡ ଓ ଅମିତ ମିଶ୍ର ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ଲକ୍ଷ୍ନୌ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ବାଙ୍ଗାଲୋର ୨ଟି ମ୍ୟାଚ ଖେଳି ଗୋଟିକରେ ବିଜୟ ହାସଲ କରିଛି । ଲକ୍ଷ୍ନୌ ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଛି ।

Comments are closed.