Latest Odisha News

ନିଜକୁ ପୀଡ଼ିତା କହିବା ସହିତ ଟ୍ରୋଲରଙ୍କୁ ଜବାବ ଦେଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର: ସ୍ବାମୀ ସହ ପାରିବାରିକ ସମ୍ପର୍କକୁ ନେଇ ବିବାଦୀୟ ହୋଇପଡ଼ିଥିବା ସାମାଜିକ କର୍ମୀ ତଥା ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜକୁ ପୀଡ଼ିତା ବୋଲି କହିଛନ୍ତି। ମିଥ୍ୟା ଅପପ୍ରଚାର ସେ ଶିକାର ହୋଇଛନ୍ତି। ଅନେକ ଭିତ୍ତିହୀନ ଆଲୋଚନା ଥିବାରୁ ସେ ପ୍ରତିକ୍ରିୟା ରଖିପାରିନାହାନ୍ତି ବୋଲି କହିବା ସହିତ ନକରାତ୍ମକ ଦିଗକୁ ସେ ଗ୍ରହଣ କରନ୍ତି ନାହିଁ ବୋଲି କହିଛନ୍ତି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଷ୍ଟମ ବସନ୍ତ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜର ବକ୍ତବ୍ୟ ରଖିଛନ୍ତି। ନିକଟରେ ସ୍ୱାମୀ ଅନୁଭବ ମହାନ୍ତିଙ୍କ ସହ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଆଉ ବୋଧହୁଏ ପ୍ରଥମଥର ପାଇଁ କୌଣସି ସାର୍ବଜନୀନ ସଭାରେ ବର୍ଷା ପରୋକ୍ଷରେ ନିଜର ମନର କଥା କହିଛନ୍ତି।

ବର୍ଷା ତାଙ୍କ ବକ୍ତବ୍ୟରେ ଛାତ୍ରୀଙ୍କୁ ନିଜ ସ୍ୱପ୍ନକୁ ଆଗକୁ ବଢ଼ାଇବା ସହ ଜୀବନର ଅପ୍ରତ୍ୟାଶିତ ଘଟଣାକୁ କିଭଳି ମୁକାବିଲା କରାଯାଇପାରିବ ସେଥିପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ଅନୁଭବଙ୍କ ନାଁ ନ ନେଇ ସେ କହିଛନ୍ତି ଯେ, ଯେକୌଣସି ସମୟରେ ବାତ୍ୟା ଆସିପାରେ ଏବଂ କାହାର ଜୀବନ ବଦଳାଇ ଦେଇପାରେ। କଠିନ ସମୟରେ ଧୈର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ବର୍ଷା ଏବଂ ଛାତ୍ରୀଙ୍କୁ ସକାରାତ୍ମକ ରହିବା ଏବଂ ଭଲ ସମୟ ଆସିବା ଯାଏ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ।

ସେ ନିଜର ସୋସିଆଲ ମିଡିଆ ଆକ୍ଟିଭିଟି ଏବଂ ପ୍ରଦର୍ଶନ ପାଇଁ ତାଙ୍କୁ ସମାଲୋଚନା କରୁଥିବା ଟ୍ରୋଲର୍ସଙ୍କ ବିଷୟରେ କହିଥିଲେ। ବର୍ଷା କହିଛନ୍ତି ଯେ, ସେ ନିଜ ଫ୍ୟାନଙ୍କୁ ଅପଡେଟ୍ ରଖିବା ପାଇଁ ନିଜର ସାମାଜିକ କାର୍ଯ୍ୟ ବିଷୟରେ ସୋଶିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ, କିନ୍ତୁ କିଛି ଲୋକ ତାଙ୍କୁ ରାଜନୈତିକ ଫାଇଦା ପାଇଁ ଏପରି କରୁଥିବା ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର ତାଙ୍କୁ କହିଥିଲେ ଯେ ଏଭଳି ସମାଲୋଚନା ଅସଫଳ ଲୋକଙ୍କ ଠାରୁ ହୋଇଥାଏ ଯେଉଁମାନେ ସଫଳ ଲୋକଙ୍କ ଗୋଡ଼ ଟଣନ୍ତି।

Comments are closed.