Latest Odisha News

BREAKING NEWS

ବିବାହ ପୂର୍ବରୁ ଅଜବ ସର୍ତ୍ତ ରଖିଲା ପ୍ରେମିକା: ବିବାହ ପରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ପ୍ରେମିକ

ଚୀନ୍‌: ଅନେକ ଯୁବତୀ ଅଛନ୍ତି ଯେଉଁମାନେ ବିବାହ ପରେ ଶାଶୁଘରୂୁ ଟଙ୍କା ଓ ସୁନା ଅଳଙ୍କାର ଧରି ଫେରାର ହୋଇଯାଆନ୍ତି । ଠିକ୍ ସେମିତି ଏବେ ଚୀନର ଜଣେ ଯୁବତୀ ଏମିତି କିଛି କାରନାମା କରି ଚର୍ଚ୍ଚାକୁ ଆସିଛନ୍ତି । ଯୁବତୀ ଜଣକ ବିବାହ ପୂର୍ବରୁ ତାଙ୍କ ଭାବି ସ୍ୱାମୀଙ୍କ ପାଖରେ ଅଜବ ସର୍ତ୍ତ ରଖିଛନ୍ତି । ସର୍ତ୍ତଟି ହେଲା ବିବାହ ନ ହେବା ପର୍ଯ୍ୟନ୍ତ, ପ୍ରତିଦିନ ମୋ ଆକାଉଣ୍ଟକୁ ପ୍ରାୟ ୬ ଲକ୍ଷ ଟଙ୍କା ପଠାଇବ । ଏହି ସର୍ତ୍ତକୁ ବିଚରା ଯୁବକ ଜଣକ ମାନିବା ସହ ଟଙ୍କା ପଠାଇ ଚାଲିଲେ । ଶେଷରେ ଯୁବକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ।

ଚୀନ୍‌ର ବେଜିଂ ସହରର ଆଇଟି କମ୍ପାନୀ ପ୍ରତିଷ୍ଠାତା ସୁ ଜିଆଙ୍ଗମାଓ । ସେ ୪୩ ବର୍ଷୀୟା ଜାଇ ଜିନକ୍ସିନଙ୍କୁ ଏକ ଅନଲାଇନ୍ ଡେଟିଂ ଆପ୍ ମାଧ୍ୟମରେ ଭେଟିଥିଲେ । ଜିଆଙ୍ଗମାଓ ଜାଇଙ୍କଠାରୁ ୬ ବର୍ଷ ସାନ ଥିଲେ । କିଛି ଦିନ କଥା ହେବା ପରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଲେ । ପରେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ହେଲେ ଜାଇ ବିବାହ ପୂର୍ବରୁ ଏକ ଅଜବ ସର୍ତ୍ତ ରଖିଲେ ସୁଙ୍କ ନିକଟରେ । ସର୍ତ୍ତଟି ହେଲା ବିବାହ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମୋ ଆକାଉଣ୍ଟକୁ ୬ ଲକ୍ଷ ଟଙ୍କା ପଠାଇବ । ଏହି ସର୍ତ୍ତକୁ ସୁ ସହଜରେ ମାନିଗଲେ ଓ ପ୍ରତ୍ୟେକ ଦିନ ଟଙ୍କା ପଠାଇ ଚାଲିଲେ । କିଛି ମାସ ପରେ ଉଭୟେ ବିବାହ କଲେ । ହେଲେ ଏହି ସମ୍ପର୍କ ଦୁଇ ମାସ ବି ରହିଲା ନାହିଁ । ସୁ ଛାତରୁ ଡେଇଁ ଆତ୍ମହତ୍ୟା କଲେ । ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ଼୍ ନୋଟ ଛାଡ଼ିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, ମୋର ଲୋଭୀ ପତ୍ନୀ ଜାଇଙ୍କ କାରଣରୁ ମୁଁ ମୃତ୍ୟୁର ରାସ୍ତା ବାଛିବାକୁ ବାଧ୍ୟ ହେଉଛି । ଏହା ଜାଣିବା ପରେ ସୁଙ୍କ ପରିବାର ଲୋକେ ଜାଇଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ । ପୋଲିସ ଜାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା । ପରେ କୋର୍ଟ ସମସ୍ତ ସମ୍ପତ୍ତି ଓ ଟଙ୍କା ୧୨୦ ଦିନ ଭିତରେ ଫେରସ୍ତ କରିବାକୁ ଜାଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିବାହ ପୂର୍ବରୁ ଜାଇ ଏକ ବିଳାସପୂର୍ଣ୍ଣ କାର, ଘର, ଫ୍ଲାଟ,ଲକ୍ଷ ଲକ୍ଷ ମୂଲ୍ୟର ଅଳଙ୍କାର, ପ୍ରାୟ ସାଢେ ୩ କୋଟି ଟଙ୍କା ନେଇଯାଇଥିବା ଜଣାଯାଇଥିଲା । ଘଟଣାଟି ୨୦୧୭ ମସିହାର ହୋଇଥିବା ବେଳେ ଏବେ କୋର୍ଟ ଏହି ରାୟ ଦେଇଛନ୍ତି ।

Comments are closed.