Latest Odisha News

BREAKING NEWS

ବ୍ୟକ୍ତିଙ୍କ ଭିନ୍ନ ପ୍ରୟାସ: ରାସ୍ତାରେ ଥିବା ଖାଲରେ ରଖନ୍ତି ଡ଼ଲ ବା ଖେଳଣା

ବ୍ରିଟେନ: ବିଭିନ୍ନ ରାସ୍ତାରେ ଥିବା ଖାଲଖମାଗୁଡିକ ଏକ ବଡ ସମସ୍ୟା ହୋଇଗଲାଣି । କେବେ କେବେ ପ୍ରଶାସନ ରାସ୍ତା ମରାମତି କରିଥାଏ । କିନ୍ତୁ ଅନେକ ଥର ପ୍ରଶାସନ ଆଦୌ ଏଥିପ୍ରତି ଧ୍ୟାନ ଦେଇ ନ ଥାଏ । ଏହି କାରଣରୁ ରାସ୍ତାଗୁଡ଼ିକ ମରାମତି ଠିକ୍ ଭାବରେ ହୋଇ ନ ଥାଏ । ବ୍ରିଟେନର ଜଣେ ବ୍ୟକ୍ତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି ଉପାୟ ଖୋଜିଛନ୍ତି, ଯାହାକୁ ଦେଖିଲେ ଆପଣ ପ୍ରଶଂସା ନିଶ୍ଚୟ କରିବେ ।

ବିଟ୍ରେନ୍‌ର ବାସିନ୍ଦା ଆଣ୍ଡି କନ୍ରୋ । ବୟସ ୬୬ ବର୍ଷ । ଆଣ୍ଡ୍ରି ନିକଟରେ କିଛି ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଆଣ୍ଡି ରାସ୍ତାରେ ଯେଉଁଠି ଖାଲ ରହିଛି ସେଠାରେ ଖେଳନା ବା ଡଲ୍ ରଖୁଛନ୍ତି । ତାଙ୍କର ଲକ୍ଷ୍ୟ ହେଉଛି ବିଭିନ୍ନ ଖାଲ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା । ଏହି ଖେଳନାଗୁଡ଼ିକ ସେ ତାଙ୍କର ନାତି ଏବଂ ଅନ୍ୟ ପିଲାମାନଙ୍କଠାରୁ ସଂଗ୍ରହ କରି ଗାତରେ ରଖିଥା’ନ୍ତି ।
ଏହା କରିବା ପଛରେ ତାଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ , ତାହା ହେଉଛି ଅନ୍ୟମାନଙ୍କ ସୁରକ୍ଷା ଏବଂ ଖାଲ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା । ଗାତରେ ଖେଳନା ରଖିବା ପରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ଏହି ଫଟୋସବୁ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇଉଠିଛି । ତୁରନ୍ତ ଖାଲଖମା ରାସ୍ତାଗୁଡ଼ିକ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଣ୍ଡି କହିଛନ୍ତି ଯେ, ଏପରି କରିବା ଦ୍ୱାରା ଖାଲଗୁଡ଼ିକ ପୂର୍ଣ୍ଣ ହେବ କି ନାହିଁ ସେ ଜାଣିନାହାନ୍ତି । ପ୍ରଶାସନ ଦୃଷ୍ଟି ନ ଦେଲେ ବି ଲୋକେ ଅଧିକମାତ୍ରାରେ ସତର୍କ ହେଉଛନ୍ତି ।
ଆଣ୍ଡି ପ୍ରଥମ ବ୍ୟକ୍ତି ନୁହଁନ୍ତି ଯିଏ ଏହା କରୁଛନ୍ତି । ସମ୍ପ୍ରତି ଆମେ ଆପଣଙ୍କୁ ମାର୍କ ମୋରେଲଙ୍କ କାହାଣୀ ମଧ୍ୟ କହିଛୁ, ଯିଏ ଜଣେ ଅବସରପ୍ରାପ୍ତ ବ୍ରିଟିଶ ନାଗରିକ । ସେ ନିଜ ଦେଶରେ ରାସ୍ତାରେ ଥିବା ଖାଲରେ ନୁଡୁଲ୍ସ ଭରନ୍ତି ।

Comments are closed.