ଭୁବନେଶ୍ୱର: ପୁରୀଠାରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଏଥସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କୋର୍ଟ । ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠର ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ କେ ମୁରାରୀ ମାମଲାର ଶୁଣାଣୀ କରିଥିଲେ । କୋର୍ଟ ମାମଲାର ବିଚାର କରି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରି ଦେଇଥିବା କହିଛନ୍ତି ଜମିହରା ଚାଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆଦିତ୍ୟ ଦାସ ।
ଶ୍ରୀ ଦାସ କହିଥିଲେ, ୨୦୧୦ ନଭେମ୍ବର ୧୬ରେ ମାମଲାର ବିଚାର କରି ହାଇକୋର୍ଟ ସରକାରଙ୍କ ଜମି ଅଧିଗ୍ରହଣକୁ ବେଆଇନ ବୋଲି କହିଥିଲେ । ବେଦାନ୍ତ ଅଧିଗ୍ରହଣ କରଥିବା ଏହି ଜମିକୁ ଚାଷୀଙ୍କୁ ଫେରାଇବାକୁ କହିଥିଲେ। ହେଲେ ଏହି ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅନୀଲ ଅଗ୍ରଆଲ ଫାଉଣ୍ଡେସନ ଓ ରାଜ୍ୟ ସରକାର। ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜନସ୍ୱାର୍ଥ ମାମଲା କରିଥିବା ଜମି ମାଲିକଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବାବେଳେ ସୁପ୍ରିମକୋର୍ଟର ସିନିଅର ଆଡଭୋକେଟ ସିଏ ସୁନ୍ଦରାମ ବେଦାନ୍ତ ପକ୍ଷରୁ ମାମଲା ଲଢୁଥିଲେ।
Comments are closed.