Latest Odisha News

ସୋନୁଙ୍କୁ ନିଆରା ଢଙ୍ଗରେ ଜଣାଇଲେ ଧନ୍ୟବାଦ: ୨୫୦୦ କିଲୋ ଚାଉଳରେ ପ୍ରସ୍ତୁତ କଲେ ଫଟୋଚିତ୍ର

ମୁମ୍ବାଇ: ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଖୁବ୍ ଅଧିକ । ଅନେକ ସ୍ଥାନରେ ସୋନୁଙ୍କୁ ଭଗବାନଙ୍କ ଅବତାର ବୋଲି ଆଖ୍ୟା ଦେଇ ତାଙ୍କ ମନ୍ଦିର ନିର୍ମାଣ ହୋଇଛି । ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗରେ ଥିବା ସୋନୁ ସୁଦଙ୍କୁ ମଧ୍ୟପ୍ରଦେଶର ଦେୱାସରେ ଏକ ନିଆରା ଢଙ୍ଗରେ ପ୍ରଶଂସକମାନେ ଧନ୍ୟବାଦ ଜଣାଇଛନ୍ତି । ପ୍ରଶଂସକମାନେ ଟୁକୁଜିରାଓ ପାୱାର ଷ୍ଟାଡିୟମରେ ୨୫୦୦ କିଲୋ ଚାଉଳରେ ତାଙ୍କର ଫଟୋ ଚିତ୍ର ଆଙ୍କିଛନ୍ତି । ତାହା ପୁଣି ଏକ ଏକର ଜାଗାରେ । ଏହି ଚିତ୍ର ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ପ୍ରଶଂସକ ସୋନୁ ସୁଦଙ୍କ ପ୍ରତି ଏହି ସମ୍ମାନ ଦେଖି ଖୁସି ବ୍ୟକ୍ତ କରିଥିବାବେଳେ ଆଉ କିଛି ପ୍ରଶଂସକ ଏତେ ପରିମାଣର ଚାଉଳକୁ ଗରିବ ଲୋକଙ୍କୁ ବାଣ୍ଟିଥିଲେ ସୋନୁ ବେଶୀ ଖୁସି ହୋଇଥାନ୍ତେ ବୋଲି ମତ ରଖିଛନ୍ତି ।

Comments are closed.