Latest Odisha News

BREAKING NEWS

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡ଼େମୀ ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନିଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଏକ ସମସାମୟିକ ଚିତ୍ର କଳା ପ୍ରଦର୍ଶନୀ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଏକାଡ଼େମୀ ଦ୍ଵାରା ସଂଗୃହୀତ ୪୮ ଜଣ ବରିଷ୍ଠ ତଥା ଯୁବ ଶିଳ୍ପୀଙ୍କ ସମସାମୟିକ ସୃଜନଶୀଳ ଚିତ୍ରକଳାଗୁଡିକ ପ୍ରଦର୍ଶିତ ହୋଇଅଛି ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଶିଳ୍ପୀ ଚନ୍ଦନ କୁମାର ସାମଲ, ରାଜକିଶୋର ମହାରଣା, ପ୍ରଦୀପ ପାଣ୍ଡେ , ଜନାର୍ଦ୍ଦନ  ପରମ ଗୁରୁ , ରବୀନ୍ଦ୍ର କୁମାର ମହାରଣା, ଛାତ୍ରଛାତ୍ରୀ ଓ ବହୁ କଳାନୁରାଗୀ ଉପସ୍ଥିତ ଥିଲେ।ଏହା ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଦର୍ଶକମାନଙ୍କ ପାଇଁ ଖୋଲା ରହିବ ।

Comments are closed.