Latest Odisha News

BREAKING NEWS

ଗ୍ରୀଷ୍ମ ପ୍ରବାହ ପାଇଁ ପୁଣି ଦୁଇଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆସନ୍ତା ଦୁଇଦିନ ପୁଣି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲଗୁଡ଼ିକ ଛୁଟି ରହିବ । ଏଥି ସହିତ ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ବନ୍ଦ ରଖାଯିବ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଟୁଇଟ୍ କରି ସୂଚନା ଦିଆଯାଇଛି ।

ସମଗ୍ର ରାଜ୍ୟରେ ସକାଳୁ ଆରମ୍ଭ ହେଉଛି ଗ୍ରୀଷ୍ମ ପ୍ରବାହ । ମଧ୍ୟାହ୍ନ ବେଳକୁ ସ୍ଥିତି ଅସମ୍ଭାଳ ହୋଇଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ଛୁଟି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ସରକାର ଗତ ୧୩ ତାରିଖରୁ ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରିଥିଲେ । ୧୭ରୁ ପାଗ ପରିବହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ସେପରି କିଛି ନ ହୋଇ ତାପମାତ୍ରା ବୃଦ୍ଧି ପାଇଛି । ଏହି କାରଣରୁ ସରକାର ପୁଣି ଥରେ ୨ଦିନ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତିି ନେଇଛନ୍ତି ।

 

Comments are closed.