Latest Odisha News

BREAKING NEWS

‘ନବୀନ ଡାକିଲେ, ମୁଁ ଆସିଲି’, ଶଙ୍ଖ ଭବନର ଉଦଘାଟନରେ ଯୋଗ ଦେଇ ତଥାଗତ କହିଲେ ସେ ନିର୍ଦ୍ଦଳୀୟ

ଭୁବନେଶ୍ୱର: ଢେଙ୍କାନାଳରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇ ଥିଲା ।

୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ ଯାଇଥିଲେ । ସେବେଠୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଉ ନଥିଲେ ସେ । ଆଜି ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଉଦଘାଟନୀ ଅବସରରେ ସେ ଯୋଗ ଦେଇଥିଲେ ।

Tathagat Satpathy says he is not in any party and not willing to contest elections

ଏହି ଅବସରରେ ସାମ୍ବାଦକଙ୍କ ପ୍ରଶ୍ନର ଉତ୍ତରରେ ତଥାଗତ କହିଛନ୍ତି, ‘ସେ ନିର୍ବାଚନ ଲଢ଼ିବାକୁ ଇଛୁକ ନାହାନ୍ତି । ଶଙ୍ଖ ଭବନର ଉଦଘାଟନୀ ଉତ୍ସବକୁ ଦଳର ସଭାପତି ନବୀନ ପଟ୍ଟନାୟକ ଡାକିଥିଲେ ସେ ଆସଛନ୍ତି ।‘

ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ଆହୁରି କହିଛନ୍ତି, ମୁଁ ଏବେ ନିର୍ଦ୍ଦଳୀୟ । ବିଜେଡିରେ ନାହିଁ, ଏଠାକୁ ଜଣେ ସାମ୍ବାଦିକ ହିସାବରେ ଆସିଛି । ମୋତେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ, ନିମନ୍ତ୍ରଣ ରକ୍ଷା କରି ଆସିଛି । ନିର୍ବାଚନ ରାଜନୀତିକୁ ଫେରିବି ନାହିଁ । ମୁଁ ଖୁସିରେ ଅଛି ବୋଲି କହିଛନ୍ତି ତଥାଗତ ଶତପଥୀ ।

Leave A Reply

Your email address will not be published.