Latest Odisha News

BREAKING NEWS

ସଂସଦରେ ଅନାସ୍ଥା ପ୍ରସ୍ତାବ: ବିଜେଡ଼ି ମତଦାନରୁ ବିରତ ରହି କକ୍ଷତ୍ୟାଗ କଲା, ୭ଘଣ୍ଟାର ଆଲୋଚନା ଆରମ୍ଭ ହେଲା

ନୂଆଦିଲ୍ଲୀ : କୁହାଯାଏ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ଚାଣକ୍ୟ ନୀତି ଅବଲମ୍ବନ କରିଥାନ୍ତି, ଏବଂ ତାହା ଆଜି ମଧ୍ୟ ଲୋକସଭାରେ ପ୍ରମାଣିତ ହେଲା । ଅତୀତରେ ବାଡ଼ି ଭାଙ୍ଗିବନି କି ସାପ ମରିବନି ନୀତିରେ ରାଜ୍ୟ ରାଜନୀତିରେ ପୋଖତ ଖେଳ ପ୍ରଦର୍ଶନ କରିଥିବା ନବୀନଙ୍କ ଚାଲକୁ ରାଜନୈତିକ ବିଶେଷଜ୍ଞମାନେ ବେଶ୍ ପ୍ରଶଂସା କରିବାରେ ଲାଗିଛନ୍ତି ।

ଆଜି ଲୋକସଭାରେ ତେଲୁଗୁ ଦେଶମ ପାର୍ଟି ଆଗତ କରିଥିବା ଅନାସ୍ଥା ପ୍ରସ୍ତାବର ମତଦାନ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଆଲୋଚନା ପୂର୍ବରୁ ବିଜେଡ଼ି ସଂସଦୀୟ ନେତା ସାଂସଦ ଭର୍ତ୍ତୃହରି ମହତାବ ଦଳ ପକ୍ଷରୁ ବକ୍ତବ୍ୟ ରଖିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପୂର୍ବର ୟୁପିଏ ସରକାର ଏବଂ ଏବେକାର ଏନଡ଼ିଏ ସରକାର ଓଡ଼ିଶା ରାଜ୍ୟର ଉନ୍ନତି ଲାଗି ସେମିତି ବିଶେଷ କିଛି କରିନାହାନ୍ତି । ତେଣୁ ଆମେ ମତଦାନରୁ ବିରତ ରହି କକ୍ଷତ୍ୟାଗ କରୁଛୁ । ଏହା କହିବା ପରେ ଏନଡ଼ିଏ ସମେତ ଉପସ୍ଥିତ ସମସ୍ତ ବିଜେଡ଼ି ସଦସ୍ୟ ମାନେ କରତାଳି ଦେଇଥିଲେ । ଭର୍ତ୍ତୃହରି ଏହା କହିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସାଂସଦମାନେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ।

ତେବେ ଯାହାବି ହେଉ ବିଜେଡ଼ି ମତଦାନରୁ ବିରତ ରହିଲେ ଏନଡ଼ିଏ ସରକାରକୁ ଫାଇଦା ମିଳିବ । ଏପଟେ ନବୀନଙ୍କ ଏତାଦୃଶ ରାଜନୈତିକ ଗୋଟି ଚାଳନାକୁ ତାଙ୍କର ରାଜନୈତିକ ପରିପକ୍ୱତାକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।

ସେପଟେ ଶିବସେନା ପୂର୍ବରୁ ଅନାସ୍ଥା ପ୍ରସ୍ତାବରେ ସରକାରଙ୍କୁ ସମର୍ଥନ କରିବ ବୋଲି କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିବସେନା ଏନେଇ ସ୍ପଷ୍ଟ କରୁନାହିଁ ।

ତେବେ ଯାହାବି ହେଉ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ତେଲୁଗୁ ଦେଶମ ପାର୍ଟି ଆଲୋଚନାରେ ପ୍ରଥମେ ଭାଗ ନେଇ ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.