ମୁମ୍ବାଇ: ଛୋଟ ପରଦାର ସବୁଠାରୁ ବେଶୀ ଲୋକପ୍ରିୟ ଶୋ’ ‘ଦି କପିଲ ଶର୍ମା ଶୋ’ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କିଛି ଦିନ ପୂର୍ବରୁ ଏହି ଶୋ ଜୁନ୍ ମାସରେ ବନ୍ଦ ହେବାକୁ ଯାଉଛି ବୋଲି ଆଲୋଚନା ହୋଇଥିଲା । କପିଲ ନିଜେ ଏହି ଗୁଜବ ଉପରେ ସ୍ପଷ୍ଟ କରିଥିଲେ ଯେ ଏପର୍ଯ୍ୟନ୍ତ ଏ ନେଇ କିଛି ଚୂଡାନ୍ତ ହୋଇନାହିଁ । ଏବେ ଶୋକୁ ସପନା ଦିଦି ବା କୃଷ୍ଣ ଅଭିଶେଷ ପୁର୍ନବାର ଫେରିଛନ୍ତି ,ଯାହାକୁ ନେଇ ଲୋକେ ବହୁତ ଉତ୍ସାହିତ ଅଛନ୍ତି । କପିଲ ଓ କୃଷ୍ଣଙ୍କ ମଧ୍ୟରେ ମନୋମାଳିନ ଯୋଗୁ ସେ ଗତ ସେପ୍ଟେମ୍ବରରେ ଶୋ ଛାଡ଼ି ଚାଲିଯାଇଥିଲେ । ଏବେ ସେ ପୁଣି ଥରେ ସପନା ଦିଦି ଭାବେ ଖୁବଶୀଘ୍ର ଶୋକୁ ଫେରିଛନ୍ତି ।
ଏହି ଖବର ଭାଇରାଲ ହେବା ମାତ୍ରେ କୃଷ୍ଣଙ୍କ ପ୍ରଶଂସକମାନେ ଆନନ୍ଦିତ ହୋଇଛନ୍ତି । କୃଷ୍ଣ କହିଛନ୍ତି ଯେ, ଶୋ ଛାଡ଼ି ଚାଲିଯିବା ଠିକ୍ ହୋଇ ନ ଥିଲା । କାରଣ ପ୍ରଶଂସକମାନେ ମୋର ଅଭିନୟକୁ ବହୁତ ପସନ୍ଦ କରୁଥିଲେ । ଫିକୁ ନେଇ କିଛି ବିବାଦ ଦେଖାଦେଇଥିଲା । ଏବେ ଏହା ସମାଧାନ ହୋଇଯାଇଛି । ୨୪ ତାରିଖରୁ ସୁଟିଂ ବି ଆରମ୍ଭ କରିଛି ବୋଲି କହିଛନ୍ତି ।
BREAKING NEWS
- ବର୍ଡର ୨ର ସଫଳତା ପରେ ଖୁବ ଶୀଘ୍ର ବର୍ଡର ୩
- PUCC ନଥିଲେ ବି ମିଳିବ ପେଟ୍ରୋଲ ଓ ଡିଜେଲ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର
- ରାଜଧାନୀରେ ପଞ୍ଚତତ୍ତ୍ୱ ପାର୍କ, ସୁପୋଷିତ ଓଡ଼ିଶା ମିଶନର ଶୁଭାରମ୍ଭ…
- ଏହି ଗ୍ଲୋବାଲ ଷ୍ଟାରଙ୍କୁ ହାର୍ଭାର୍ଡରୁ ନିମନ୍ତ୍ରଣ…
- ସେହ୍ୱାଗଙ୍କୁ ଟାର୍ଗେଟ କଲେ ମୁସ୍ତାକ
- ପ୍ରବଳ ତୁଷାରପାତରେ ମାଲିକର ମୃତଦେହ ପାଖରେ ଜଗି ରହିଲା କୁକୁର
- ଭୁବନେଶ୍ୱର ଷ୍ଟେସନରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ସ୍ନିଫର୍ ଡଗ୍
- ଚାଲିଥିଲା ବେଆଇନ ବାଣ ତିଆରି, ବିସ୍ଫୋରଣ ଘଟି ୫ ଆହତ
- ଭାରତୀୟ ବଜାରରେ ଦୂର ହେବ ଛୋଟ ମୂଲ୍ୟ ନୋଟର ଅଭାବ; ବସିବ ସ୍ବତନ୍ତ୍ର ଏଟିଏମ୍
- ବଦଳିବ ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ନିଯୁକ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ !
Comments are closed.