Latest Odisha News

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ୍ । ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଆଇନ୍ ସଚିବଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ଏଥିସହ ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ଆବେଦନ ଉପରେ ନୋଟିସ୍ ହୋଇଛି । ଜୁଲାଇ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

୨୦୧୮ ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର ଚାବି ହଜିବା କଥା ଜଣା ପଡ଼ିଥିଲା । ପରେ ତତ୍କାଳୀନ ଜିଲ୍ଲାପାଳ କହିଥିଲେ ରତ୍ନଭଣ୍ଡାରର ନକଲି ଚାବି ମିଳିଥିଲା । ତେବେ ନକଲି ଚାବି ମିଳିବା ପରେ ଆଉ ରତ୍ନଭଣ୍ଡାର ଖୋଲା ଯାଇ ନଥିଲା । ବରଂ ଜଷ୍ଟିସ୍ ରଘୁବୀର ଦାସ କମିଶନ ବସାଇ ତଦନ୍ତ କରାଯାଇଥିଲା । କମିଶନ ତଦନ୍ତ ରିପୋର୍ଟ ଦେଇଥିବା ବେଳେ ତାହାକୁ ଏଯାଏ ସାର୍ବଜନୀନ କରାଯାଇ ନାହିଁ । ସମସ୍ତେ ଦାବି କରୁଛନ୍ତି କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଉ ।

Leave A Reply

Your email address will not be published.