Latest Odisha News

BREAKING NEWS

ଆସିଲା ଭିସୁଟ ଛାତ୍ରୀଙ୍କ ଭିସେରା ରିପୋର୍ଟ; ମୃତ୍ୟୁ ପୂର୍ବରୁ ଆଲୋକହଲ ନେଇଥିଲେ ଚିନ୍ମୟୀ

ସମ୍ବଲପୁର:ଆସିଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ । ମୃତ୍ୟୁ ପୂର୍ବରୁ ଚିନ୍ମୟୀ ଆଲକୋହଲ ସେବନ କରିଥିବା ଏହି ରିପୋର୍ଟରୁ ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସମ୍ବଳପୁର ଏସପି ବି. ରଙ୍ଗାଧର ।

ଏସପିଙ୍କ କହିବା ଅନୁଯାୟୀ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଚିନ୍ମୟୀ ଇଥାଇଲ ଆଲକୋହଲ ସେବନ କରିଥିଲେ । ଚିନ୍ମୟୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ଆଲକୋହଲ ସେବନ କରୁଥିବା ସିସିଟିଭି ଫୁଟେଜ ମଧ୍ୟ ରହିଛି । ଏହା ପୂର୍ବରୁ ବ୍ୟବଚ୍ଛେଦ ରିପୋର୍ଟରୁ ଚିନ୍ମୟୀଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଥିବା କୁହାଯାଇଥିଲା । କିନ୍ତୁ ଏହା ଆତ୍ମହତ୍ୟା ନା ହତ୍ୟା ନା କେହି ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସପି ବି. ରଙ୍ଗାଧର ।

ସୂଚନାଥାଉ କି, ଭିସୁଟର ପୂର୍ବତନ ଛାତ୍ରୀ ତଥା କଳାହାଣ୍ଡି ଜିଲ୍ଲା  ମଦନପୁର ରାମପୁରର ଚିନ୍ମୟୀଙ୍କର ଗତ ଫେବୃୟାରୀ ୨୮ ତାରିଖରେ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ସେ ଭିସୁଟ  ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବେଳେ  ପାୱାର ଚ୍ୟାନେଲ ବ୍ରିଜରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚିନ୍ମୟୀଙ୍କ  ମୃତ୍ୟୁ ପଛରେ ତାଙ୍କର ପୁରୁଷ  ପ୍ରୀତିମାନ ଦେଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ମୃତ ଚିନ୍ମୟୀଙ୍କ ବାପା ପେଶାରେ ଜଣେ ଡାକ୍ତର।  ଝିଅର ବେକରେ ଥିବା କଳା ଦାଗ ହତ୍ୟାର ଚିହ୍ନ ବୋଲି ସେ ଦାବି କରିଥିଲେ ।   ଏହି ଘଟଣାରେ ପୋଲିସ  ୨ ଅଭିଯୁକ୍ତପ୍ରୀତିମାନ ଦେ  ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍‌ସନ୍ କରିଥିଲା । ତେବେ କାହାକୁ ଗିରଫ କରାଯାଇ ନ ଥିଲା ।

Leave A Reply

Your email address will not be published.