ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ପ୍ରଥମ ଥର ପାଇଁ ମନୀଷ ସିସୋଡିଆଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ସିବିଆଇ ଚାର୍ଜଶିଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବଡ ନେତା ଅଭିଯୁକ୍ତ ହେବା ଦଳ ପାଇଁ ଶକ୍ତ ଧକ୍କା ସଦୃଶ । ଦାଖଲ କରାଯାଇଥିବା ସପ୍ଲିମେଂଟାରୀ ଚାର୍ଜଶିଟରେ ଆମ ଆଦମୀ ପାର୍ଟିର ନାମ ରହିଛି । ହାଇଦ୍ରାବାଦର ସିଏ ବୁଚିବାକୁ ଗୋରନ୍ତଲା, ମଦ ବ୍ୟବସାୟୀ ଅମନଦୀପ ସିଂ ଧାଲ ଏବଂ ଅର୍ଜୁନ ପାଣ୍ଡେଙ୍କ ନାମ ମଧ୍ୟରେ ଏଥିରେ ରହିଛି । ଆଇପିସି ଧାରା ୧୨୦ ବି, ୨୦୧ ଏବଂ ୪୨୦ରେ ଚାର୍ଜଶିଟ ଦାଖଲ କରାଯାଇଛି ।
୨୦୨୧-୨୨ ଦିଲ୍ଲୀ ଅବକାରୀ ନୀତି ଗଠନ କରିବା ଓ ଏହାର କାର୍ଯ୍ୟଶୈଳୀ ନେଇ ସିବିଆଇ ମନୀଷଙ୍କୁ ଗିରଫ କରିଥିଲା । ପରେ ଇଡି ମଧ୍ୟ ବେଆଇନ କାରୋବାର ନେଇ ମନୀଷଙ୍କୁ ଧରିଥିଲା । ସିବିଆଇ ଚାର୍ଜଶିଟ ଦାଖଲ ହେବାର କିଛି ସମୟ ପରେ ମନୀଷଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୂର୍ବରୁ ଜାମିନ ପାଇବା ପାଇଁ ମନୀଷ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ କାରଣ ଦର୍ଶାଇଥିଲେ ।
Comments are closed.