Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବଙ୍କ କୁକର୍ମ: ୫ କୋରିଆନ୍‌ ମହିଳାଙ୍କୁ ବଳତ୍କାର କରିବା ଅଭିଯୋଗରେ ଦୋଷୀ ସାବସ୍ତ୍ୟ

ସିଡନୀ : ଅଷ୍ଟ୍ରେଲିଆର ଭାରତୀୟ ବଂଶୋଦ୍ଭବଙ୍କ କଳା କାରନାମା । ନିଶା କାରବାର ସହ  ୫ ଜଣ କୋରିଆ ମହିଳାଙ୍କୁ  ବଳତ୍କାର କରି ଘଟଣା ଘଟାଇ ଏବେ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାରେ ଅଛନ୍ତି । ଏହି ବ୍ୟକ୍ତିଜଣକ ୫ କୋରିଆନ ମିହଳାଙ୍କୁ ନିଶା ଦେଇ ବଳାତ୍କାର କରିଥିଲେ । ଆଉ ଗୁପ୍ତ କ୍ୟାମେରାରେ ତାହାର ଭିଡିଓ କରିଥିଲେ । ଏହି ବ୍ୟକ୍ତିଙ୍କ ନାଁ ବଲେଶ ଧନଖର ।

ସୀଡନି ମର୍ଣ୍ଣିଂ ହେରାଲଡରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ୪୩ ବର୍ଷୀୟ ବଲେଶ ପେଷାରେ ଜଣେ ଡାଟା ଏଣ୍ଟ୍ରି ଅପରେଟର । ଅଷ୍ଟ୍ରେଲିଆ  ରାଜନୀତି ସହ  ତାଙ୍କର ସଂପୃକ୍ତି ରହଛି । ଅଷ୍ଟ୍ରେଲିଆରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ହେଲେ ଏକାଧିକ ଅପରାଧରେ ସେ ସଂଶ୍ଳିଷ୍ଟ । ତାଙ୍କ ବିରୋଧରେ  ୨୦୧୮ ଜାନୁଆରୀ ଓ ଅକ୍ଟୋବର ମଧ୍ୟରେ ୧୩ଟି ବଳାତ୍କାର ସମେତ ୩୯ଟି ମାମଲା ରହିଛି ।

ଗତ ସୋମବାର ସିଡନୀର ଜିଲ୍ଲା କୋର୍ଟର ଏକ ଖଣ୍ଡପୀଠ ତାଙ୍କୁ ଏ ସମସ୍ତ ମାମଲାର ଦୋଷୀ ସାବ୍ୟସ୍ତ କରିଛନ୍ତି । ସେ ପୁଣିଥରେ ମେ’ ମାସରେ କୋର୍ଟରେ ହାଜର ହେବେ । ଏହି ବର୍ଷ  ତାଙ୍କ ଦଣ୍ଡ ଦିଆଯାଇ ପାରେ ବୋଲି ରିପୋର୍ଟରେକୁ ହାଯାଇଛି । ସରକାରୀ ଓକିଲଙ୍କ କହିବା ଅନୁଯାୟୀ,  ଧନଖର ମହିଳାମାନଙ୍କୁ ଡାକି ତାଙ୍କ ଗ୍ଲାସ୍‌ରେ ନିଶା ଟାବେଲଟ୍ ପକାଇ ଦିଅନ୍ତି । ମହିଳାମାନେ   ଚେତା ହରାଇବା ପରେ ତାଙ୍କୁ ବଳାତ୍କାର କରନ୍ତି ।

ନିଜ ମୋବାଇଲ୍ ତଥା ଘଣ୍ଟାର ପଛପଟେ କ୍ୟାମେରା ଲୁଚାଇ ବଳାତ୍କାର କରିବା ସହ ଚୋରାରେ ତାଙ୍କ ଭିଡିଓ ସୁଟିଂ କରନ୍ତି । ୨୦୧୮ ପୁଲିସ୍ ଧାନଖରଙ୍କର ଆପାର୍ଟମେଣ୍ଟ ତଲାସ କରିବାବେଳେ ୪୭ଟି ଏମିତି  ଭିଡିଓ ପାଇଥିଲେ ।ଏହା ଭିତରୁ ଭିଡିଓ ଅନେକମହିଳା ଚେତା ହରାଇଥିବା ଆଉ ଅନେକ ନିଜକୁ ବଞ୍ଚାଇବା ପାଇଁଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା ।
ଗତ ୨୦୧୮ ଅକ୍ଟୋବର ୨୧ରେ ପଞ୍ଚମ ପୀଡ଼ିତା ମହିଳା ଧାନଖରଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହା ପରେ ସମସ୍ତ ୫ ଜଣ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି କୋର୍ଟରେ ତାଙ୍କର ମାମଲା ଦୀର୍ଘଦିନ ଧରି ଚାଲିଥିଲା । ନିଜ ସପକ୍ଷରେ ଧାନଖର କହିଛନ୍ତି,  ବୈବାହିକ ସମ୍ପର୍କ ଭାଙ୍ଗିଯିବା ପରେ ସେ ଏକୁଟିଆ ହୋଇ ଯାଇଥିଲେ ।ଏହି ନିଃସଙ୍ଗତା ପାଇଁ ସେ ମହିଳମାନଙ୍କୁ ମିଛ କହି ତାଙ୍କ ସହ ଏଭଳି କରିଛନ୍ତି ବୋଲି ସଫେଇ ଦେଇଛନ୍ତି ।

 

Leave A Reply

Your email address will not be published.