Latest Odisha News

BREAKING NEWS

କବିତା : ନୀଳବର୍ଣ୍ଣ ‘ ମୁଁ ‘

ପ୍ରିୟରଞ୍ଜନ ସାହୁ 

ମୁଁରେ ଅର୍ଥ
ମୁଁରେ ଅନର୍ଥ
ଅର୍ଥ ରେ ଭରେ କଦର୍ଥ
ଉତ୍ତର ଉର୍ବରେ କରେ
ପ୍ରଶ୍ନବାଚୀ ଗର୍ତ୍ତ !!

କର୍ମ ଘେନି ଫଳ ଜାଣିବା ସତ୍ତ୍ଵେ
କୃତ କର୍ମସବୁ ନିଜ ମର୍ଜି ମତେ

ପରିତ୍ରାଣେ ଈଶ ଆସି କି ଲାଭ?
ସର୍ବେ ରଖି ଷଡ଼ରିପୁରେ ଲୋଭ ।।

ରୂପ ଲାବଣ୍ୟ ତ ନିମିତ୍ତ ମାତ୍ର
ଚିର ରୋଗେ ରୁନ୍ଧା ଶରୀର ଗାତ୍ର…

ତେଜ ଅହମିକାର ‘ମୁଁ ମୁଁ ମୁଁ ‘
କେହି ନଥିବେ କହିବାକୁ ଆହାଃ ଚୁଃ ଚୁଃ…

ସୃଷ୍ଟିର ଏ ନିରାଟ ସତ୍ୟ
ସଦା ମରଣଶୀଳ ମର୍ତ୍ତ୍ୟ…
ଆସିଯାଏ ଚାହୁଁ ନ ଚାହୁଁ
ଭେଳିକି ବେଶରେ..
ନୀଳବର୍ଣ୍ଣ ମୁଁ…!!!

ଭୁବନେଶ୍ୱର

Comments are closed.