Latest Odisha News

BREAKING NEWS

ତିକ୍ତତା ସତ୍ତ୍ୱେ ଏସବୁ ଜିନିଷ ପାଇଁ ପାକସ୍ତାନ ଉପରେ ନିର୍ଭର କରୁଛି ଭାରତ

ନୂଆଦିଲ୍ଲୀ: ପାକିସ୍ତାନ-ଭାରତ ସମ୍ପର୍କରେ ତିକ୍ତତା ନୂଆ ନୁହେଁ । ପାକିସ୍ତାନ ଗଠନ ଦିନରୁ ଏହି ଶତ୍ରୁତା ଲାଗି ରହିଛି । ପଡୋଶୀ ହେଲେ ମଧ୍ୟ ଆତଙ୍କବାଦକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ସୃଷ୍ଟି ହୋଇଛି ବିରାଟ ବ୍ୟବଧାନ । ଏପରିକି ଏହି ତିକ୍ତତା ଅନେକ ବାର ଦୁଇ ରାଷ୍ଟ୍ରକୁ ଯୁଦ୍ଧକ୍ଷେତ୍ରକୁ ମଧ୍ୟ ଟାଣିନେଇଛି।

ଇତି ମଧ୍ୟରେ ପାକିସ୍ତାନର ଆର୍ଥିକ ସ୍ଥିତି ବି ବିଗିଡି ଯାଇଛି । ଆର୍ଥିକ ସହାୟତା ପାକ ସରକାର ସମସ୍ତଙ୍କୁ ଅନୁନୟ ହୋଇ ମାଗୁଛନ୍ତି ।  ଏଠି ଆମେ କହିରଖିବୁ, ଦୁଇ ଦେଶ ମଧ୍ୟରେ ଏତେ ତିକ୍ତତା ସତ୍ତ୍ୱେ ଏବଂ ଆର୍ଥିକ ସଙ୍କଟ ଭିତରେ ବି ଭାରତ ପାକିସ୍ତାନ ଉପରେ ୧୦ଟି ଜିନିଷ ପାଇଁ ବରାବର ନିର୍ଭର କରିଥାଏ ଏବଂ ମଗାଇଥାଏ । ଆଉ ଏହି ୧୦ଟି ଜିନିଷ ଅତି ଆବଶ୍ୟକ ଜିନଷ ଯାହାକୁ ପ୍ରତିଘରେ ବ୍ୟବହାର କରାଯାଇଥାଏ । ତେଣୁ ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡିଲେ ଏହାର ପ୍ରଭାବ ଭାରତେ ବି ପଡିବାର ଆଶଙ୍କା ରହିଛି । କହିବାକୁ ଗଲେ ଫଳଠାରୁ ଆରମ୍ଭ କରି ଲୁଣ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ଭାରତ ପାକିସ୍ତାନରୁ  ଆମଦାନୀ କରିଥାଏ ।

ପ୍ରଥମତଃ ଉପବାସବ୍ରତରେ ଆମେ ବ୍ୟବହାର କରୁଥିବା ସୈନ୍ଧବ ଲବଣ ପାକିସ୍ତାନରୁ ଆସିଥାଏ । ଭାରତରେ ପାକିସ୍ତାନର ସୈନ୍ଧବ ଲବଣର ଚାହିଦା ରହିଛି । ସେହିପରି ମହିଳାଙ୍କ ପ୍ରସାଧନ ପାଇଁ ବହୁଳ ଭାବେ ବ୍ୟବହୃତ ହେଉଥିବା ମୁଲତାନା ମାଟି ବି ପାକିସ୍ତାନରୁ ଆମଦାନୀ ହୋଇଥାଏ। ଏହି ମୁଲତାନ ମାଟିର ଚାହିଦା ଭାରତର ଘରେ ଘରେ ରହିଛି  ।

ସେତିକି ନୁହେଁ, ଭାରତ କଟନ ପାଇଁ ପାକିସ୍ତାନ ଉପରେ ନିର୍ଭର କରିଥାଏ  । ଏଥିସହିତ ପାକିସ୍ତାନରୁ ଷ୍ଟିଲ, ତମ୍ବାମଧ୍ୟ ମଗାଇଥାଏ ଭାରତ । ସେହିପରି ଅଣ କାର୍ବନିକ କେମିକାଲ୍ସ, ମେଟାଲ କମ୍ପାଉଣ୍ଡ ପାକିସ୍ତାନରୁ ଆମଦାନୀ କରିଥାଏ ଭାରତ । ସେହିପରି ଲାହୋରର କୁର୍ତ୍ତା, ଚପ୍ପଲ ଭାରତରେ ଖୁବ ବିକ୍ରୀ ହୋଇଥାଏ । ପାକିସ୍ତାନର ସଲ୍ଫର, ପଥର, ଚୁନା ଭାରତରେ ଖୁବ ବିକ୍ରି ହୋଇଥାଏ । ଏଥିସହିତ ଆମେ ଚଷମା ପାଇଁ ବ୍ୟବହାର କରୁଥିବା ଅପ୍ଟିକଲ୍ସ, ମେଡିକାଲ ଉପକରଣ ମଧ୍ୟ ପାକିସ୍ତାନରୁ ମଗାଇଥାଏ ଭାରତ । ଏସବୁ ବାଦ ଫଳ, ସିମେଣ୍ଟ ପାକିସ୍ତାନରୁ ଆସିଥାଏ।

Comments are closed.