Latest Odisha News

BREAKING NEWS

୧ କୋଟି ଟଙ୍କା ଖର୍ଚ୍ଚ କରି ଶରୀରରେ ଟାଟୁ କଲେ ଯୁବକ

କାନାଡ଼ା: ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ଟାଟୁ କରନ୍ତି ତ ଆଉ କେହି ନିଜ ଗର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଟାଟୁ କରନ୍ତି । ଆଉ କେହି କେହି ନିଜ ଭାବନାକୁ ପ୍ରକାଶ କରିବାକୁ ଟାଟୁ କରନ୍ତି । କାନାଡ଼ାର ଜଣେ ଯୁବକ ପୁରା ଶରୀରରେ ଟାଟୁ କରି ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି ଯେ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କାନାଡାର ବାସିନ୍ଦା ଜେରେମି ସ୍କୋଫିଲ୍ଡ । ସେ ରେମି ନାମରେ ଅଧିକ ଜଣାଶୁଣା । ଶରୀରରେ ଟାଟୁ କରିବା ତାଙ୍କୁ ବହୁତ ପସନ୍ଦ । ସେଥିଲାଗି ସେ ୧୫ ବର୍ଷ ମଧ୍ୟରେ ପୂରା ଶରୀରରେ ଟାଟୁ କରିଦେଇଛନ୍ତି । ଏଥିଲାଗି ତାଙ୍କୁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଏହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କେବଳ ସେତିକି ନୁହେଁ, ସେ ତାଙ୍କ ଦାନ୍ତକୁ ତୀକ୍ଷ୍ଣ କରିଛନ୍ତି । ଜିଭକୁ ଦୁଇ ଭାଗ କରିବା ସହିତ କାନରେ ମଧ୍ୟ ବହୁ କଣା କରିଛନ୍ତି । ଏହା ବ୍ୟତୀତ ସେ ଶରୀରର ବିଭିନ୍ନ ସ୍ଥାନରେ ୧୩୬ ରୁ ଅଧିକ ଟି କଣା କରିଛନ୍ତି । ସେ ହେଉଛନ୍ତି ପ୍ରଥମ ଯୁବକ ଯିଏ ଶରୀରରେ ଅଧିକ ଟାଟୁ କରିଛନ୍ତି ବୋଲି ସେ ଦାବିକରିନ୍ତି । ଯେତେବେଳେ ଲୋକମାନେ ତାଙ୍କ ଶରୀରକୁ ଦେଖନ୍ତି, ସେମାନେ ଭାବନ୍ତି ଯେ ଜେରେମି କେବଳ ୪-୫ ଥର ଟାଟୁ କରିଛନ୍ତି । କିନ୍ତୁ ପ୍ରକୃତରେ ଜେରେମି ଶରୀରରେ ୨୫ ଥର ଟାଟୁ କରିଛନ୍ତି । ଏଥିପାଇଁ ମୋଟ ୧୫୦୦-୧୬୦୦ ଘଣ୍ଟା ସମୟ ଦେଇଛନ୍ତି ।

ଏନେଇ ଜେରେମି କହିଛନ୍ତି ଯେ, ମୋ ଶରୀରରେ ଟାଟୁ ଦେଖି ଅନେକ ଝିଅ ମୋ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ମୋ ସ୍ତ୍ରୀ ସାରା ମଧ୍ୟ ମୋ ଶରୀରରେ ଟାଟୁ ଦେଖି ମୋତେ ଭଲ ପାଇଥିଲେ । ପରେ ବିବାହ କରିଥିଲେ । ଏବେ ତାଙ୍କର ଏକ ସନ୍ତାନଟିଏ ଅଛି ।

 

Comments are closed.