ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆମେ ରହିଲେ ଚେଷ୍ଟାରତ
ଉଜ୍ଜ୍ବଳ ହେବ ଭବିଷ୍ଯତ
ଅନେକେ ନେଲେ ଏ ଦାୟିତ୍ବ
ଭାଷାକୁ ମିଳିବ ସ୍ଥାୟିତ୍ବ
ନିଜର ଗୁଣ, ଅବିଗୁଣ
ଚିହ୍ନି ହୋଇଲେ ସଚେତନ
କରିବା ଯେତେ ଯାହା କାର୍ଯ
ଅବଶ୍ୟ ହୋଇବ ସ୍ବୀକାର୍ଯ
ଗଢ଼ି ନିଜର ଭାବମୂର୍ତି
ଯଦି ମିଳୁଛି ତୁଚ୍ଛ ତୃପ୍ତି
ତାହାକୁ କରିଲେ ବର୍ଜନ
ସଂଭବ କାର୍ଯ ସଂପାଦନ
ନିଜ ଭିତରେ ଥିଲେ ଖୁଣ
କରିବା ତାହାକୁ ନିଶ୍ଚିହ୍ନ
ବ୍ୟକ୍ତି ହୋଇଲେ ଶୁଦ୍ଧ, ସ୍ବଚ୍ଛ
ଅନାବଶ୍ୟକ ହୁଏ ମିଛ
ନିଜକୁ ନେଇ ଯେତେ କଥା
ତହିଁରେ ନ ଥିଲେ ସତ୍ୟତା
ଏବେ ନା କେବେ ପଡ଼େ ଜଣା
କଥାରେ ଲାଗେ କଟକଣା
ଯିଏ ନିଜକୁ ଯାହା ଭାବେ
ତାହା ଭାବଂତିନାହିଁ ସର୍ବେ
ଧାରଣା ହେଲେ ମିଥ୍ୟାଶ୍ରୟୀ
କେହି ବି ହୁଏନି ବିଜୟୀ
Comments are closed.