Latest Odisha News

BREAKING NEWS

ଗୋମାତାଙ୍କୁ ଛପନ ଭୋଗ ପ୍ରଦାନ କଲେ ମହିଳା

ବିହାର: ପ୍ରଭୁ ଜଗନ୍ନାଥଙ୍କୁ ଛପନ ଭୋଗ ଅର୍ପଣ କରିବା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ବିହାରରେ ଗୋ ମାତାକୁ ଛପନ ଭୋଗ ଅର୍ପଣ କରାଯାଇଛି । ଏବେ ଭାବୁଥିବେ ଗୋ ମାତାର ଭକ୍ତ କିଏ ? କିଏ ଏହା କରୁଛି ? ବାସ୍ତବରେ, ପୂର୍ବ ଚମ୍ପାରାନର ମାରୱାଡ଼ି ଯୁବ ମଞ୍ଚର ମହିଳାମାନେ ଗୋ ମାତାକୁ ଛପନ ଭୋଗ ଦେଇ ଗୋମାତାକୁ ବଞ୍ଚାଇବା ତଥା ପ୍ରୋତ୍ସାହିତ କରିବା ପାଇଁ ଏପରି କରିଛନ୍ତି ।

ବିହାରର ପୂର୍ବ ଚମ୍ପାରାନ୍ ସ୍ଥିତ ଏକ ଗୋଶାଳାରେ ମଞ୍ଚର ମହିଳା ସଦସ୍ୟମାନେ ଗୋମାତାକୁ ଛପନ ଭୋଗ ପ୍ରଦାନ କରିଛନ୍ତି । ଛପନ ଭୋଗରେ ରହିଛି ବିଭିନ୍ନ ପ୍ରକାରର ଫଳ, ପନିପରିବା, ମିଠା, ପିଠା,ପୁରୀ , ବିସ୍କୁଟ, ରୁଟି ଆଦି ଅନ୍ତର୍ଭୁକ୍ତ । ମଞ୍ଚ ସଭାପତି ବିନିତା ଅଗ୍ରୱାଲ କହିଛନ୍ତି ଯେ, ଭଗବାନ ଗୋମାତାଙ୍କ ଶରୀରରେ ଥାନ୍ତି । । ସେଥିଲାଗି ଭଗବାନକୁ ଏହି ଭୋଗ ଅର୍ପଣ କରାଯାଇଛି । ଭଗବାନଙ୍କୁ ଛପନଭୋଗ ଅର୍ପଣ କରିବା ପରେ ଆମେ ତାକୁ ଅନ୍ୟମାନଙ୍କୁ ବାଣ୍ଟି ଥାଉ । କିନ୍ତୁ ଏଠାରେ ଗୋମାତା ସମ୍ପୂର୍ଣ୍ଣ ଭୋଗ ଖାଇଥାନ୍ତି ।

ସେହିପରି ଆଉ ଜଣେ ସଦସ୍ୟ ସାଲୋନି ଖଣ୍ଡେଲୱାଲ କହିଛନ୍ତି ଯେ,ଆଜିକାଲି ଆମେ ବଳକା ଜିନିଷକୁ ଗୋ ମାତାକୁ ଖାଇବାକୁ ଦେଉଛେ । ଅନେକ ଜିନିଷ ଅଛି ଯାହା ସେମାନଙ୍କୁ ଖାଇବାକୁ ଦିଆଯାଇପାରିବ । ପ୍ରତ୍ୟେକ ଲୋକ ଘର ବାହାରେ ଗୋମାତାଙ୍କ ପାଇଁ ପାଣି ରଖିବା ଦରକାର । ତେଣୁ ଗୋରୁମାନେ କିଭଳି ଅଳିଆ ଆବର୍ଜନା ଖାଇବେ ନାହିିଁଁ ଏହା ଆମର ପ୍ରୟାସ ହେବ ବୋଲି କହିଛନ୍ତି ।

 

Comments are closed.