Latest Odisha News

ବର୍ଜ୍ୟବସ୍ତୁରୁ ନିର୍ମିତ ୭ ସିଟ୍ ବାଇକ୍‌, ଖର୍ଚ୍ଚ ହୋଇଛି ମାତ୍ର ୧୦ ହଜାରରୁ କମ୍ ଟଙ୍କା

ଆଜିକାଲି ସୋସିଆଲ ମିଡ଼ିଆରେ ଏମିତି କିଛି ଦେଖିବାକୁ ମିଳେ, ଯାହା ଅବିଶ୍ୱନୀୟ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହା ଆ୍‌ଶ୍ଚର୍ଯ୍ୟ ଲାଗେ । ଜଣେ ଯୁବକ ବର୍ଜ୍ୟବସ୍ତୁରେ ତିଆରି କରିଛନ୍ତି ୭ ସିଟ୍ ବିଶିଷ୍ଟ ବାଇକ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ଚଳାଇବା ପାଇଁ ପେଟ୍ରୋଲ କିମ୍ବା ଡିଜେଲ ଆବଶ୍ୟକ ନାହିଁ । ଏହା ସୌରଶକ୍ତି ଚାଳିତ ବାଇକ,ଯାହା ଥରେ ଚାର୍ଜ ହେଲେ ପ୍ରାୟ ୨୦୦ କିଲୋମିଟରରୁ ଅଧିକ ଯାଇପାରିବ ।

ଏହି ଭିଡିଓକୁ ଆଜାଦ ଅବଦୁଲ୍ଲା ନାମକ ଜଣେ ଯୁବକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ତାଙ୍କ ବାଇକରେ ଅନ୍ୟ ୬ ଜଣ ସାଥୀଙ୍କୁ ନେଇ ଯାଉଛନ୍ତି । ବାଇକ୍ ଉପରେ ଏକ ସୌରବିଦ୍ୟୁତ୍ ପ୍ୟାନେଲ୍ ଲଗାଇଛନ୍ତିି, ଯେଉଁ କାରଣରୁ ବାଇକ୍ ଶକ୍ତି ପାଇଥାଏ । ସ୍କ୍ରାପ୍ ବ୍ୟବହାର କରି ଯୁବକ ଏହାକୁ ପ୍ରସ୍ତୁତ କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ ଏହି ବାଇକ୍ ୨୦୦ କିଲୋମିଟରରୁ ଅଧିକ ବାଟ ଯାଇପାରିବ । କେବଳ ଏତିକି ନୁହେଁ, ଏଥିରେ ପେଟ୍ରୋଲ ବା ଡ଼ିଜେଲ ପକାଯିବ ନାହିଁ । ଏହା ସୌରଚାଳିତ ବାଇକ୍ । ଯଦି ଏହା ଅଧିକ ସୂର୍ଯ୍ୟକିରଣ ପାଇଥାଏ ତେବେ ଏହାଠାରୁ ଅଧିକ ଆଗକୁ ଯାଇପାରେ । ଏହାକୁ ତିଆରି କରିବାକୁ ମାତ୍ର ୮,୦୦୦ ରୁ ୧୦,୦୦୦ ଟଙ୍କା ଖର୍ଚ୍ଚ ହୋଇଛି ।

ଅନେକ ଲୋକ ଭିଡିଓ ଉପରେ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଜଣେ ଲେଖିଛନ୍ତି, ଏହା ଅବିଶ୍ୱସନୀୟ! ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ସ୍କ୍ରାପ୍‌ରେ ନିର୍ମିତ ଏହି ୭ ସିଟ୍ ଯାନର ଡିଜାଇନ୍ ପୁରା ସ୍ୱତନ୍ତ୍ର । ସୌର ପ୍ୟାନେଲଡ୍ ସ୍ପେସ୍ ଯାହା ବାଇକ୍ ଚାଳକ ଓ ବସିଥିବା ଲୋକଙ୍କୁ ଛାଇ ଦେବ ।

Comments are closed.