Latest Odisha News

BREAKING NEWS

ପ୍ରଥମେ ରାମ, ଏବେ ବଜରଙ୍ଗ ବାଲି କହୁଥିବା ବ୍ୟକ୍ତିଙ୍କୁ ତାଲା ପକାଇବାକୁ ଚାହୁଁଛି କଂଗ୍ରେସ-ମୋଦି

ବେଙ୍ଗାଲୁର: କର୍ଣ୍ଣାଟକ ନିର୍ବାଚନକୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ  । କଂଗ୍ରେସ ତା’ର ନିର୍ବାଚନୀ ଘୋଷଣାନାମରେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହାକୁ ନେଇ ବର୍ଷିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଏମାନେ ହନୁମାନ ପୂଜା କରୁଥିବା ବ୍ୟକ୍ତିଙ୍କୁ  ତାଲା ପକାଇ ରଖିବାକୁ ଚାହୁଁଛନ୍ତି ।  ମୋଦି କହିଛନ୍ତି, କଂଗ୍ରେସ ପ୍ରଥମେ ଭଗବାନ ରାମଙ୍କୁ ତାଲା ପକାଇ ବନ୍ଦ ରଖିଥିଲା । ଏବେ ବଜରଙ୍ଗବାଲି ଉଚ୍ଚାରଣ କରୁଥିବା ବ୍ୟକ୍ତିଙ୍କୁ ତାଲା ପକାଇ ରଖିବାକୁ ଚାହୁଁଛି ।

ମେ’ ୧୦ରେ ହେବ  କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ତାର ନିର୍ବାଚନୀ ଘୋଷଣାପତ୍ର ଜାରି କରିଛି । ଏହି ଘୋଷଣାପତ୍ର ଜାରି କରିବାର କିଛି ଘଣ୍ଟା ପରେ ପ୍ରଧାନ୍ତ୍ରମନ୍ତ୍ରୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

ଏଠି କହିରଖିବୁ, କଂଗ୍ରେସ ଘୋଷଣାପତ୍ରରେ କହିଛି, ଆଇନ ଏବଂ ସମ୍ବିଧାନ ପବିତ୍ର ବୋଲି ଆମେ ମାନୁଛୁ । କୌଣସି ବ୍ୟକ୍ତି ହୁଅନ୍ତୁ ବା ବଜରଙ୍ଗଦଳ ହୁଅନ୍ତି ବା  ଘୃଣା ଏବଂ ହିଂସା ସୃଷ୍ଟି କରୁଥିବା ଅନ୍ୟ ଯେ କୌଣସି ସଂଗଠନ  ସିଏ ବହୁସଂଖ୍ୟକ ଗୋଷ୍ଠୀର ହେଉ ବା ସ୍ପଳ୍ପ ସଂଖ୍ୟକ ଗୋଷ୍ଠୀର ଆଇନ ଏବଂ ସମ୍ବିଧାନ ଉଲ୍ଲଘଂନ କରିବାର ଅଧିକାର ତାର ନାହିଁ । ଆମେ ଏପରି ସଂଗଠନ ବିରୋଧରେ ଆଇନ ଅନୁଯାୟୀ ପ୍ରତିବନ୍ଧକ ଲଗାଇବା  ସହ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କଂଗ୍ରେସ ତାର ଘୋଷଣାନାମାରେ କହିଛି ।

କର୍ଣ୍ଣାଟକର ବିଜୟନଗର ଜିଲ୍ଲାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, ଆଜି ହନୁମାନଜୀଙ୍କର ଏହି ପବିତ୍ର ଭୂମିରେ ପ୍ରାର୍ଥନା କରିବାର ସୌଭାଗ୍ୟ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଥିବାବେଳେ କଂଗ୍ରେସ ବଜରଙ୍ଗ ଦଳକୁ ବନ୍ଦ କରିବା ପାଇଁ ଘୋଷଣା କରିଛି ।

ମୋଦି କହିଥିଲେ, ପ୍ରଥମେ ଶ୍ରୀରାମଙ୍କୁ ତାଲା ପକାଇ ବନ୍ଦ କରିଥିଲେ । ଏବେ ଜୟ ବଜରଙ୍ଗ ବାଲି କହୁଥିବା ବ୍ୟକ୍ତିଙ୍କ ମୁହଁ ବନ୍ଦ କରିବା ପାଇଁ ସଂଙ୍କଳ୍ପ ନେଇଛି କଂଗ୍ରେସ ।  ଏହାର ଦେଶର ଦୁର୍ଭାଗ୍ୟ ଯେ, କଂଗ୍ରେସ ପାର୍ଟିର ପ୍ରଭୁ ଶ୍ରୀଙ୍କ ସହ ବି ସମସ୍ୟା ରହିଥିଲା ଏବେ ବଜରଙ୍ଗବାଲି କହୁଥିବା ବ୍ୟକ୍ତିଙ୍କ ପ୍ରତି ବି ସମସ୍ୟା ରହିଛି ।

 

 

Comments are closed.