ନ୍ୟୁୟର୍କ : ବାପାମାଆ ହେବା ଅନୁଭବ ସବୁ ଦମ୍ପତିଙ୍କ ପାଇଁ ପୁରା ସ୍ୱତନ୍ତ୍ର । ଯେତେବେଳେ ଗୋଟେ ବାପାମାଆ ପ୍ରଥମ ଥର ପାଇଁ ନିଜ ପିଲାକୁ କୋଳରେ ଧରନ୍ତି, ଏହା ତାଙ୍କ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ହୋଇଥାଏ । ଆଜିକାଲି ମହିଳାମାନେ ୧ କିମ୍ବା ୨ ରୁ ଅଧିକ ସନ୍ତାନ କରିବାକୁ ଚାହୁଁନାହାଁନ୍ତି । କିନ୍ତୁ ଜଣେ ଆମେରିକୀୟ ମହିଳାଙ୍କଠାରେ ଏହା ଏକ ଭିନ୍ନ ଚିନ୍ତାଧାରା । ସେ ନିଜ ପରିବାରକୁ ବଢାଇବା ପାଇଁ ୭ ପିଲାଙ୍କ ମାଆ ହୋଇସାରିଛନ୍ତି, କିନ୍ତୁ ସେ ପୁନର୍ବାର ମା ହେବାକୁ ଚାହୁଁଛନ୍ତି ।
ଆମେରିକାରେ ରୁହନ୍ତି ଆରିଏଲ ଟାଇସନ । ସେ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ । ସେ ପ୍ରାୟତଃ ତାଙ୍କ ଜୀବନ ସହିତ ଜଡିତ ମଜାଳିଆ ଭିଡିଓ ପୋଷ୍ଟ କରିଥା’ନ୍ତି । ତାଙ୍କର ୭ ସନ୍ତାନ ଅଛନ୍ତି । ୬ ପୁଅ ହୋଇଥିବା ବେଳେ ଗୋଟେ ଝିଅ ଅଛି । ତାଙ୍କର ଗୋଟେ ସନ୍ତାନର ମୃତ୍ୟୁ ମଧ୍ୟ ହୋଇସାରିଛି । ଏସବୁ ସତ୍ତ୍ୱେ ସେ ଆହୁରି ମାଆ ହେବାକୁ ଚାହୁଁଛନ୍ତି ।
ଆରିଏଲ କହିଛନ୍ତି ଯେ, ୨୦୦୯ ମସିହାରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ, ଯିଏ ମୃତ୍ୟୁ ବରଣ କରିଛି । ସେତେବେଳେ ତାଙ୍କୁ ୨୩ ବର୍ଷ ବୟସ ହୋଇଥିଲା । ସେ ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ଲଗାତର ଗର୍ଭବତୀ ହୋଇଥିଲେ । ଏବେ ସେ ୨୦ ପିଲାର ମାଆ ହେବାକୁ ଚାହାଁନ୍ତି ବୋଲି କହିଛନ୍ତି, ଯାହାକୁ ନେଇ ଉଠିଛି ଭିନ୍ନ ଭିନ୍ନ ମତ ।
Comments are closed.