Latest Odisha News

BREAKING NEWS

ଆର ପାରିରେ ଅଲିମ୍ପିକ ପଦକ ବିଜେତା ଟୋରୀ ବୋୱି

ନୂଆଦିଲ୍ଲୀ: ବିଶ୍ୱ କ୍ରୀଡା ପାଇଁ ଏକ ଦୁଃଖଦ ଖବର । ଆମେରିକାର ୩୨ ବର୍ଷୀୟା ଅଲିମ୍ପିକ ପଦକ ବିଜେତା ଆଥଲେଟ ଟୋରୀ ବୋୱିଙ୍କ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଘଟିଛି । ବୋୱିଙ୍କ ମ୍ୟାନେଜମେଂଟ କମ୍ପାନୀ ଓ ୟୁଏସ ଟ୍ରାକ ଏବଂ ଫିଲ୍ଡ ପକ୍ଷରୁ ଏହା ଘୋଷଣା କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ବୋୱି ୨୦୧୬ ଅଲିମ୍ପିକ୍ସରେ ୩ଟି ପଦକ ଜିତିବା ସହ ୨ ଥର ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ୨୦୧୧ରେ ସେ ଏନସିଏଏ ଚାମ୍ପିୟନଶିପର ଲଙ୍ଗ ଜମ୍ପ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୬ ଅଲିମ୍ପିକ୍ସର ୧୦୦ ମିଟରରେ ରୌପ୍ୟ ଏବଂ ୨୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୪ଗୁଣନ ୧୦୦ ରିଲେରେ ସେ ଟିନାନା ବାରୋଟୋଲେଟ୍ଟା, ଆଲିସନ ଫେଲିକ୍ସ ଓ ଇଂଲିଶ ଗାର୍ଡନରଙ୍କ ସହ ମିଶି ଆମେରିକା ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୨୦୧୭ ବିଶ୍ୱ ଚାମ୍ପିୟନଶିପର ୧୦୦ ମିଟରରେ ଏବଂ ୪ଗୁଣନ ୧୦୦ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କ ପାଇଁ ଜେଜେ ମା ସବୁ କିଛି ଥିଲେ । ଅନାଥଳାୟରୁ ତାଙ୍କୁ ଜେଜେ ମାଆ ଆଣିଥିଲେ । ବଡ ହେବା ପରେ ସେ ପ୍ରଥମେ ବାସ୍କେଟବଲ ଖେଳାଳି ହେବାକୁ ଚାହୁଁଥିଲେ । ମାତ୍ର ପରେ ୧୦୦, ୨୦୦ ଓ ଲଙ୍ଗଜମ୍ପରେ ଦେଶକୁ ଗୌରବାନ୍ୱିତ କରିଥିଲେ । ପିଲା ବେଳୁ ସେ ଜଣେ ଭଲ ଆଥଲେଟ ହେବେ ବୋଲି ଜଣା ପଡୁଥିଲା ।

Leave A Reply

Your email address will not be published.