Latest Odisha News

BREAKING NEWS

ଏମିତି ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରଧାନଶିକ୍ଷକ, ତା’ପରେ କ’ଣ ହେଲା ଜାଣନ୍ତୁ…

ବାଲେଶ୍ୱର: ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକାକୁ ଅସମ୍ମାନ କରି ବାଲେଶ୍ୱର ଜିଲ୍ଲା ସରଡ଼ିହ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।

କ’ଣ ଭୁଲ୍ କଲେ ପ୍ରଧାନଶିକ୍ଷକ ଜାଣନ୍ତୁ:

ସମଗ୍ର ଦେଶରେ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ପାଳିତ ହେଉଥିଲା ବେଳେ ଏହି ବିଦ୍ୟାଳୟରେ ମଧ୍ୟ ପାଳିତ ହେଲା । ପିଲାମାନେ ସକାଳେ ଶିକ୍ଷକମାନଙ୍କ ସହିତ ଜାତୀୟ ପତାକା ଉତ୍ତୋଳନ କରି ଘରକୁ ଚାଲିଗଲେ । ସମସ୍ତ ଶିକ୍ଷକମାନେ ମଧ୍ୟ ଘରକୁ ଯିବାପରେ ସନ୍ଧ୍ୟା ବେଳକୁ ସ୍କୁଲରେ ଚାବି ପଡ଼ିଲା । ସନ୍ଧ୍ୟା ପରେ ମଧ୍ୟ ଜାତୀୟ ପତାକା ସ୍କୁଲ ପରିସର ମଧ୍ୟରେ ଉଡୁଥିବାର ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଲେ । ସନ୍ଧ୍ୟା ଯାଇ ରାତି ହୋଇଥିଲେ ମଧ୍ୟ ଜାତୀୟ ପତାକାକୁ ଓହ୍ଲାଇନଥିଲେ ପ୍ରଧାନଶିକ୍ଷକ । ଗ୍ରାମବାସୀମାନେ ଏହାକୁ ନେଇ ଅଭିଯୋଗ କରିବା ପରେ ବାଲିଆପାଳ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଏକ ପତ୍ର ମାଧ୍ୟମରେ ପ୍ରଧାନ ଶିକ୍ଷକଙ୍କୁ ଜାତୀୟ ପତାକାକୁ ଅସମ୍ମାନ କରିବା ଅଭିଯୋଗରେ ନିଲମ୍ବନ କରିଛନ୍ତି ।

ଜାତୀୟ ପତାକାକୁ ଅସମ୍ମାନ କରିବା ଦଣ୍ଡନୀୟ:

ଜାତୀୟ ପତାକା କୋର୍ଡ଼ ୨୦୦୨ ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଜାତୀୟ ପତାକାକୁ ଭାରତୀୟମାନେ ଉଡ଼ାଇ ପାରିବେ ନାହିଁ । ତେବେ ୨୦୦୯ରେ ଗୃହ ମନ୍ତ୍ରଣାଳୟ ଏହାକୁ ପରିବର୍ତ୍ତନ କରିଥିଲେ । ଯଦି ସୂର୍ଯ୍ୟାସ୍ତ ପରେ ଜାତୀୟ ପତାକା ଉଡ଼ିବ ତେବେ ତାହା ସବୁଠୁ ଉଚ୍ଚ ସ୍ଥାନରେ ଉଡ଼ିବା ସହିତ ଏହାର ଖୁଣ୍ଟଟିର ଉଚ୍ଚତା ମଧ୍ୟ ଅଧିକ ରହିଥିବା ଆବଶ୍ୟକ । ଜାତୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ।

Leave A Reply

Your email address will not be published.