ଭୁବନେଶ୍ୱର : ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ୩ଟି ସିପ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେଥିପାଇଁ ରାଜ୍ୟରେ ମୋଟ ୩୩ଟି ସହରରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ତେବେ ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫୫ହଜାର ୯୭୯ ଛାତ୍ରଛାତ୍ରୀ । ମେ ୮, ୯, ୧୧ ଓ ୧୨ ତାରିଖରେ ୩ଟି ସିଫ୍ଟ ଓ ୧୫ ତାରିଖରେ ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା ଓ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢେ ୪ଟାରୁ ସନ୍ଧ୍ୟା ସେଢେ ୬ଟା ପର୍ଯ୍ୟନ୍ତ ଚାଲିବ ।
ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶକ୍ଷାନୁଷ୍ଠାନର ଏମ୍ବିଏ (MBA), ଏମ୍ସିଏ (MCA), ଏମ୍ଏସ୍ସି (MSC), ଏମ୍ଟେକ୍(MTECH), ଓ ଏମ୍ ପ୍ଲାନ୍ (MPLAN) ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
Comments are closed.