Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

BjdElectrycity

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ତା’ ପରଦିନ ସକାଳେ, ପିଲାମାନେ ଡାଇନିଂଗ୍ ରୁମ୍‌କୁ ଗଲାବେଳକୁ ଦେଖିଲେ, ରାଗ ତମତମ ହୋଇ ମାମା ଜଳଖିଆ ତିଆରି କରୁଛନ୍ତି । ପିଲାଙ୍କୁ ଦେଖିଲା ମାତ୍ରେ ସେ କହିଲେ, “ସମୀରା, ତୁ ଯାଇ ମେଲ୍‌ବକ୍ସ୍ ଦେଖ । ବୀରା, ତୁ ଆସି ଫ୍ରିଜ୍‌ରୁ ଅଣ୍ଡା ବାହାର କର ।” ମିସେସ୍ ମାହେଶ୍ୱରୀ ଚିଲେଇକି କହିଲେ ।

ସମୀରା ବୀରାକୁ କହିଲା, “ଏଇ, ଭଲ ହେବ, ତାଙ୍କ କଥାନୁସାରେ ସବୁ କାମ କରିଦେବା । ଦେଖ୍‌ନା, ମାମା ପୁରା ଘାଇଲା ବାଘୁଣୀ ପରି ଦେଖା ଯାଉଛନ୍ତି ।” ଖାଇ ଗୋଡ଼େଇବା ପରି ଚାହାଁଣୀ ଆଉ ଭୀତି ଭିତରେ ସେ ଦିନର ଜଳଖିଆ ନୀରବରେ ଶେଷ ହେବା ପରେ ମିଃ. ମାହେଶ୍ୱରୀ ତାଙ୍କ ଅଫିସ୍ ଆଉ ମିସେସ୍ ମାହେଶ୍ୱରୀ ମାର୍କେଟ୍ ବାହାରିଗଲେ ।

“ଏ ବୀରା, ଏଠିକି ଆ । ଆମେ କିଛି ଇଚାରନେଟ୍ ସର୍ଫିଂଗ୍ କରିବା ।”

“ଦି’, ସତରେ? ଆମେ ଭାରତ ଯାଉଛେ, ଆଉ ତମେ ଇଣ୍ଟରନେଟ୍ ସର୍ଫିଙ୍ଗ୍ କଥା କହୁଛ ଏବେ?”
“ହଁ ସୁଇଟ୍ ହାର୍ଟ । ଆମେ ଚାଲ ଖୋଜିବା ନିଉୟର୍କରୁ ମୁମ୍ବାଇ ପ୍ରାୟ କେତେ ସମୟ ଲାଗୁଛି!” ସମୀରା କହିଲା ।
“ମୁଁ ଭାବୁଛି ଚଉଦ ଘଣ୍ଟା, ବୀରାର ଉତ୍ତର ଦେଲା ।
“କ’ଣ ଭାୟା କ୍ରୁଜ୍‌!” ସମୀରା କହିଲା ।

“ହୁଁ; ତମେମାନେ ତା’ହେଲେ ଏଇ ସର୍ତ୍ତରେ ଭାରତ ଯିବ! ଆଚ୍ଛା! ସାଉଥାମ୍ପ୍‌ଟନ୍ ରୁ ମୁମ୍ବାଇ ଯାଏଁ କ୍ରୁଜ୍‌ରେ ଯିବାକୁ ଚାହୁଁଚ! ବିଳାସପୂର୍ଣ୍ଣ କ୍ରୁଜ୍ ‘ରୟାଲ ୟୁରେକା’ରେ ଯିବାକୁ ମନ ତା’ହେଲେ! ବାଃ, ଖୁବ୍ ବଡ଼ ହୋଇଗଲଣି – ନା ରେ?” ମିଃ. ମାହେଶ୍ୱରୀ କହିଲେ ।

ପିଲାମାନେ ୟା’ପରେ ଇଣ୍ଟରନେଟ୍‌ରୁ ସଂଗ୍ରହ କରିଥିବା ତଥ୍ୟସବୁ ବାବାଙ୍କୁ ଜଣେଇଦେଲେ । ସେମାନେ ‘ରୟାଲ୍ ୟୁରେକା’ର ସମୟ ଦେଖିଛନ୍ତି । ଏହା ସାଉଥାମ୍ପ୍‌ଟନ୍ ପୋର୍ଟରୁ ଆଜିଠୁ ଠିକ୍ ଚାରି ସପ୍ତାହ ଓ ତିନିଦିନ ପରେ ବାହାରିବ । ତା’ ଟିକେଟ୍ ମଧ୍ୟ ବେଶୀ ଦାମ୍ ନୁହେଁ । ସେମାନେ ଏକଥା ମଧ୍ୟ ବୁଝି ଦେଇଛନ୍ତି ଯେ କେନେଡ଼ି ଏୟାର୍‌ପୋର୍ଟରୁ ସେମାନେ ସାଉଥାମ୍ପ୍‌ଟନ୍ ପର୍ଯ୍ୟନ୍ତ ଫ୍ଲାଇଟ୍‌ରେ ଯାଇପାରିବେ ।

କ୍ରମଶଃ

Leave A Reply

Your email address will not be published.