Latest Odisha News

ମୁହଁରୁ ଦୂର ହୋଇଯିବ ସବୁ ଦାଗ, ଜାଣନ୍ତୁ କେମିତି !

ଭୁବନେଶ୍ୱର: ପୁଦିନା ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ପୁଦିନାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ କାରଣରୁ ଏହା ତ୍ୱଚାରେ ଥିବା ଦାଗ ଦୂର କରିବାରେ ରାମବାଣ ସଦୃଶ କାମକରିଥାଏ।

ସ୍କିନ୍‌ ନ୍ୟୁଟ୍ରିଶନ ପାଇଁ: ପୁଦିନା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ରର ରସକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଫ୍ରେଶ୍‌ ଲାଗିଥାଏ।

ପୁଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚାର ରୋମଛିଦ୍ର ଖୋଲିଯାଇଥାଏ। ପୁଦିନା ପତ୍ରର ରସ ସହିତ ଦହି ଓ ମହୁ ମିଶାଇ ତ୍ୱଚାରେ ଲଗାଇଲେ ବହୁତ ଲାଭ ମିଳିଥାଏ।

ଡ୍ରାଏନେସ : ଡ୍ରାଏନେସ୍‌ରୁ ରକ୍ଷା ପାଇବାକୁ ହେଲେ ଖାଦ୍ୟରେ ପୁଦିନା ସାମିଲ କରନ୍ତୁ। ଯଦି ଆପଣ ଏହାକୁ ନିୟମିତ ବ୍ୟବହାର କରିବେ ତେବେ ଆପଣଙ୍କ ତ୍ୱଚା ସଫା ଦେଖାଯିବ।

ସନ୍‌ବର୍ନ ଓ ଟ୍ୟାନିଂରୁ ରକ୍ଷା କରେ: ଖରା ସଂସ୍ପର୍ଶରେ ତ୍ୱଚା ଆସିଲେ ଟ୍ୟାନିଂ ହେବାର ଆଶଙ୍କା ରହିଥାଏ । ଟ୍ୟାନିଂ ଦୂର କରିବାକୁ ହେଲେ ପୁଦିନାରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ବହୁତ କାମରେ ଆସିଥାଏ। ଟ୍ୟାନିଂ ସମସ୍ୟା ଦୂର କରିବାକୁ ହେଲେ ପୁଦିନା ପତ୍ରର ପେଷ୍ଟ ଲଗାଇବା ଦ୍ୱାରା ବହୁତ ଫାଇଦା ମିଳିଥାଏ।

ମୁଖବ୍ରଣ ଦୂର କରିବା: ପୁଦିନାରେ ତ୍ୱଚାକୁ ଫାଇଦା ପହଞ୍ଚାଇବା ଭଳି ଏସିଡ୍‌ ରହିଛି। ଏହାଦ୍ୱାରା ମୁଖବ୍ରଣ ସମସ୍ୟା କେତେକାଂଶରେ କମ୍‌ ଦେଖିବାକୁ ମିଳେ। ଏହାକୁ ଗ୍ରାଇଣ୍ଡିଂ କରି ଲଗାଇପାରିବେ ନ ହେଲେ ଏଥିରେ ଅଳ୍ପ ପରିମାଣର ଗୋଲାପ ଜଳ ମିଶାଇ ଲଗାଇପାରିବେ। କିଛିଦିନ ପରେ ଆପଣ ତ୍ୱଚାରେ ଫରକ ଅନୁଭବ କରିପାରିବେ।

Leave A Reply

Your email address will not be published.