ବେଙ୍ଗାଲୁରୁ: କର୍ଣ୍ଣାଟକରେ ଯାହା ଅନୁମାନ କରାଯାଉଥିଲା ସେୟା ହେଉଥିବାର ଦେଖାଯାଉଛି। ବିଭିନ୍ନ ମିଡିଆ କମ୍ପାନୀର ଏକ୍ଜିଟ୍ ପୋଲ ସତ ହେବା ଆଡ଼କୁ ଯାଉଛି। କାରଣ ଭୋଟ ଗଣତିରେ କର୍ଣ୍ଣାଟକରେ କଂଗ୍ରେସ ଆଗୁଆ ଚାଲିଛି। ଇଲେକ୍ସନ କମିଶନ ୱେବ୍ସାଇଟର ସୂଚନା ଅନୁସାରେ, ସକାଳ ସାଢ଼େ ୯ ସୁଦ୍ଧା କଂଗ୍ରେସ ୪୪.୪ ପ୍ରତିଶତ ହାରରେ ବିଜେପି ଠାରୁ ଆଗରେ ରହିଛି। ବିଜେପି ୩୭.୪ ପ୍ରତିଶତ ହାରରେ ମନ୍ଥର ଗତିରେ ଚାଲିଛି।
ଇଲେକ୍ସନ କମିଶନ ସୂଚନା ଅନୁସାରେ ଶିଟ୍ ଶେୟାର କଥା ଦେଖିଲେ କଂଗ୍ରେସ ୮୨ ଆସନରେ ଆଗୁଆ ଥିବା ବେଳେ ବିଜେପି ୫୨ ଆସନରେ ଆଗୁଆ ରହିଛି। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡ଼ାଙ୍କ ଦଳ ଜେଡିଏସ୍ ଆରମ୍ଭରୁ ୧୬ ପର୍ଯ୍ୟାୟରେ ଆଗୁଆ ରହିଥିଲା। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆଝି ଅପରାହ୍ନ ୩ ଟା ସୁଦ୍ଧା କର୍ଣ୍ଣାଟକର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ୁଛି।
ନିର୍ବାଚନ କମିଶନଙ୍କ ପୂର୍ବ ଘୋଷଣା ମୁତାବକ ଆଜି ସକାଳ ୮ରୁ ୩୬ଟି ଭୋଟ ଗଣତି କେନ୍ଦ୍ରରରେ ଭୋଟ ଗଣତି ହୋଇଥିଲା। ଏଥିପାଇଁ ରାଜ୍ୟରେ ଆଇନ ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ରାଜନୈତିକ ସ୍ଥିତି ଉଷ୍ମ ଥିବାରୁ ରାଜଧାନୀ ବେଙ୍ଗାଲୁରୁରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି। କିଛି ସ୍ଥାନରେ ୧୪୪ ଧାରା ଲଗାଯିବା ସହ ମଦ ବ୍ୟାନ୍ କରାଯାଇଛି। ବେଙ୍ଗାଲୁରୁର ଏକାଧିକ ସ୍ଥାନରେ ଟ୍ରାଫିକ୍ରେ ପରିବର୍ତ୍ତନ କରାଯାଇଛି। ମେ ୧୦ ତାରିଖରେ ରାଜ୍ୟରେ ଭୋଟ ହୋଇଥିଲା। ଆଜି ସକାଳ ୮ରୁ ଗଣତି ଚାଲିଥିବାରୁ ମାହୋଲ ସରଗରମ ରହିଛି।
Comments are closed.