Latest Odisha News

BREAKING NEWS

କଳିଙ୍ଗନଗରରେ ୫ଟି ଶ୍ରେଣୀଗୃହ ଦାନ କଲା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଉପକୃତ ହେବେ ୨୦୦ ଶିକ୍ଷାର୍ଥୀ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୨ଟି ପ୍ରକଳ୍ପ ଭେଟି ଦେଇଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ । ବାରଗାଡ଼ିଆ ପଞ୍ଚାୟତରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ୫ଟି ଶ୍ରେଣୀଗୃହ ସହ ଏକ ଗୋଷ୍ଠୀ ପୋଖରିର ଉନ୍ନତିକରଣ କରାଯାଇଛି ।

ଏହାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉଦଘାଟନ କରିଛନ୍ତି । ଏହି ଅବସରରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷ ଭାଗ୍ୟଲକ୍ଷ୍ମୀ ରାଉତ, ବାରଗାଡ଼ିଆ ସରପଞ୍ଚ ପ୍ରଦୀପ ଦେଓ, ସମିତି ସଭ୍ୟ ମୃତ୍ୟୁଞ୍ଜୟ ଦେଓ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ୟୁନିଟ୍ ହେଡ୍ ଆଲେନ୍ ଜୋସେଫ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୋଷ୍ଠୀ ପୋଖରିର ଉନ୍ନତିକରଣ କରାଯାଇଛି । ପୋଖରରି ଜଳଧାରଣ କ୍ଷମତା ବୃଦ୍ଧି ପାଇଛି । ଏହାଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହେବେ । ଏଥିସହ ହିଙ୍ଗୁଳା ହାଇସ୍କୁଲ ବାରଗାଡ଼ିଆରେ ଅତିରିକ୍ତ ୫ଟି ଶ୍ରେଣୀଗୃହ ଉଦଘାଟିତ୍ ହୋଇଛି । ଯାହାଦ୍ୱାରା ୨୦୦ ଛାତ୍ରଛାତ୍ରୀ ଉପକୃତ ହେବେ । ନୂତନ ଶ୍ରେଣୀଗୃହକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।

Comments are closed.