Latest Odisha News

BREAKING NEWS

ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର୍ ହେଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର୍ ଭାବେ ନିଯୁକ୍ତ ହୋଇଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମହାନ୍ତି ଏବେ ପୋଲିସ କାରାଗାରର ଅତିରିିକ୍ତ ଡ଼ିଜି ଏବଂ ଭୁବନେଶ୍ୱର କରେକ୍ସନାଲ୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିବେ ।

ଓଡ଼ିଶା ସରକାରଙ୍କ ଦ୍ୱାରା ସୋମବାର ଦିନ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ସାମାନ୍ୟ ଅଦଳବଦଳ ହୋଇଛି ।

ଏହାପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ଭୁବନେଶ୍ୱରରେ ଅପରାଧିକ ରେକର୍ଡ଼ ବ୍ୟୁରୋ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ତୁଲାଉଥିଲେ । ତେବେ ଏହି ପଦବୀରେ ଏବେ ୧୯୯୮ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ କୁମାର ନିଯୁକ୍ତ ହୋଇଛନ୍ତି । ଏହାପୂର୍ବରୁ ଶ୍ରୀ କୁମାର ଏଫଏସ, ଏଚଜି ଏବଂ ସିଡ଼ି ବିଭାଗର ପୋଲିସ ଆଇଜି ଭାବେ କାର୍ଯ୍ୟ କରୁଥିଲେ ।

ସେହିପରି ଅତିରିକ୍ତ ଡ଼ିଜି ମହେନ୍ଦ୍ର ପ୍ରତାପଙ୍କୁ ପ୍ରିଣ୍ଟିଂ ପ୍ରେସ ଆଣ୍ଡ ଷ୍ଟେସନାରୀ ନିର୍ଦ୍ଦେଶକ, ଅତିରିକ୍ତ ଡ଼ିଜି ସଞ୍ଜୀବ ପଣ୍ଡାଙ୍କୁ କଟକସ୍ଥିତ ପରିବହନ କମିଶନର୍ ଏବଂ ଅତିରିକ୍ତ ଡ଼ିଜି ଆର ପି କୋଚେଙ୍କୁ ଆଇନଶୃଙ୍ଖଳା ଏଡ଼ିଜି ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ଭାବେ ବରିଷ୍ଠ ଆଇପିଏସ ଅଧିକାରୀ ତଥା କେନ୍ଦୁଝର ଡ଼ିଆଇଜି ଜୟ ନାରାୟଣ ପଙ୍କଜ ଭୁବନେଶ୍ୱର ଏସଟିଏଫ ଡ଼ିଆଇଜି ଭାବେ ଅବସ୍ଥାପିତ ହୋଇଛନ୍ତି ।

Leave A Reply

Your email address will not be published.