Latest Odisha News

BREAKING NEWS

ଆଜି ଶପଥ ନେବେ ଝାରସୁଗୁଡ଼ାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ

ଭୁବନେଶ୍ବର : ଆଜି ଶପଥ ନେବେ ଝାରସୁଗୁଡ଼ାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ । ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ ନେଇଥିଲେ ଦୀପାଳି । ଝାରସୁଗୁଡ଼ାର ବିକାଶ ପାଇଁ ଦୀପାଳିଙ୍କୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

ଆଜି ସକାଳ ୧୦ଟା ୪୫ରେ ଦୀପାଳି ଶପଥ ନେବା କାର୍ଯ୍ୟକ୍ରମ ରହିଛି । ଦୀପାଳିଙ୍କୁ ଶପଥପାଠ କରାଇବେ ଉପବାଚସ୍ପତି ରଜନୀକାନ୍ତ ସିଂ। ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀପାଳି କହିଛନ୍ତି ଏ ବିଜୟ ଝାରସୁଗୁଡାବାସୀଙ୍କର ଓ ମୁଖ୍ୟମନ୍ତ୍ରୀଙ୍କର । ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ ସାକାର କରିବେ ବୋଲି ଦୀପାଳି କହିଛନ୍ତି । ଏଥିସହ ତାଙ୍କ ବାପା ସମୃଦ୍ଧ ଝାରସୁଗୁଡ଼ା ଲାଗି ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସେ ପୁରା କରିବା ଲାଗି ସେ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.