Latest Odisha News

BREAKING NEWS

ମ୍ୟାମାଁରରେ ତାଣ୍ଡବ ରଚୁଛି ବାତ୍ୟା ‘ମୋକା’; ଗଲାଣି ୮୧ ଜୀବନ

ନୂଆଦିଲ୍ଲୀ: ବାତ୍ୟା ‘ମୋକା’ ଏବେ ମ୍ୟାମାଁରରେ ତାଣ୍ଡବ ରଚୁଛି । ମୋକା ପ୍ରଭାବରେ ସେଠାରେ ୮୧ ଜଣଙ୍କର ମୃତ୍ୟୁ ଘଟିଲାଣି । ଅନେକ ନିଖୋଜ ଅଛନ୍ତି । ସେମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ହଜାର ହଜାର ଘର ମାଟିରେ ମିଶି ଯାଇଛି । ପ୍ରଥମେ ମୋକା ମ୍ୟାଁମାରର ଉପକୂଳବର୍ତ୍ତୀ  ସିତବେ ସହରରେ ତାଣ୍ଡବ ରଚିଥିଲା । ଏହାର ପ୍ରଭାବରେ ଏଠାରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସିତବେର କେତେକ ସ୍ଥାନରେ ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ବହୁଥିଲା ।

ବାତ୍ୟା  ଯୋଗୁଁ ମାଟିରେ ମିଶିଯାଇଛି ହଜାର ହଜାର ଘର । କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି । ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡିଛି ।  ଅଳ୍ପସଂଖ୍ୟକ ରୋହ୍ୟାଙ୍ଗ ମୁସଲିମ ରହୁଥିବା ରଖାଇନର ବୁମା ଓ ଆଖପାଖ ଅଞ୍ଚଳରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ରଖାଇନର ରାଜଧାନୀ ସିତବେ ନିକଟବର୍ତ୍ତୀ ଏକ ଗ୍ରାମରେ ଏକ ମଠ ଭୁଶୁଡି ପଡିବା କାରଣରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି କୋଠା ଭୁଶୁଡି ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଆାହୁରି ବଢିବାର ଆଶଙ୍କା ରହିଛି । କାରଣ ୧୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି  ।

ଏଠି କହିରଖିବୁ, ବାଂଲାଦେଶ ଓ ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ଅତି ଭୀଷଣ ସାମୁଦ୍ରକ ଝଡ଼ ମୋକା । ଏହି ସମୟରେ  କିଛି ସ୍ଥାନରେ ଘଣ୍ଟାପ୍ରତି ୧୯୫ କିଲୋମିଟର ବେଗରେ ପବନ ବହିଥିଲା । ସ୍ଥାନୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ,  ବିଗତ ୧୦ ବର୍ଷ ମଧ୍ୟରେ ଏହା ଏଠାରେ ସବୁଠାରୁ ଶକ୍ତିଶାଳୀ ଓ ଭୟଙ୍କର ବାତ୍ୟା । ଏହା ଏକାଧିକ ଗାଁକୁ ଉଜାଡି ଦେଇଛି । ଶହଶହ ଗଛ ଉପୁଡି ରାସ୍ତା ଉପରେ ପଡିଛି । ରଖାଇନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ଦୁନିଆର ସବୁଠୁ ବଡ଼ ଶରଣାର୍ଥୀ କ୍ୟାମ୍ପ ମଧ୍ୟରୁ ପ୍ରାୟ ୫୦୦ ରୋହିଙ୍ଗ୍ୟା କ୍ୟାମ୍ପ ନଷ୍ଟ ହୋଇଯାଇଛି ।

 

Comments are closed.