ଦିଶପୁର: ଆସାମର ଲେଡି ସିଂଘମ ସବ୍-ଇନ୍ସପେକ୍ଟର ଜୁନମୋନୀ ରାଭାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ କାର୍ ଏକ କଣ୍ଟେନର ଟ୍ରକ ସହ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ନାଗାଓଁ ଜିଲ୍ଲା କାଳିଆବୋର ସବ୍-ଡିଭିଜନ ଜାଖଳବନ୍ଧ ଥାନା ଅଧିନରେ ଆସୁଥିବା ସରୁଭୁଗିଆ ଗାଁରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ସମୟରେ ସେ ତାଙ୍କ ୟୁନିଫର୍ମ ପିନ୍ଧି ନଥିଲେ। ଏକାକୀ କାର୍ ଥିଲେ ବୋଲି ପୁଲିସ ସୂଚନା ଦେଇଛି। ଏନେଇ ଜାଖଳବନ୍ଧ ଥାନା ଅଧିକାରୀ ସୂଚନା ଦେଇ କହିଛନ୍ତି “ ଗତକାଲି ପ୍ରାୟ ୨.୩୦ ମିନିଟ୍ରେ ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ପହଞ୍ଚିବା ପରେ କାର୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।” ତାଙ୍କ ବିରୋଧରେ ଲାଗିଥିବା ଚାନ୍ଦା ଆଦାୟ ଅଭିଯୋଗ ସହ ଦୁର୍ଘଟଣାରେ ମୃତ୍ୟୁ ଘଟଣାର ସିଆଇଡି ତଦନ୍ତ ହେବ ବୋଲି ସିଆଇଡି କହିଛି।
ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭର ଜଣଙ୍କ ଘଟଣା ସ୍ଥଳରେ ଫେରାର୍ ହୋଇଯାଇଛି। ପୁଲିସ ଟ୍ରକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ଟି ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି।
Comments are closed.