Latest Odisha News

BREAKING NEWS

ଆରମ୍ଭ ହେଲା ଶବ୍ଦ ଓ ରଙ୍ଗର ରଙ୍ଗାରଙ୍ଗ ଉତ୍ସବ ‘ଯୁବାୟନ’: ୮ଜଣ ପ୍ରତିଭାଙ୍କୁ ମିଳିଲା ‘ଟାଇମପାସ୍’ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ’ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଛି ଶବ୍ଦ ଓ ରଙ୍ଗର ତ୍ରୀଦିବସୀୟ ରଙ୍ଗାରଙ୍ଗ ଉତ୍ସବ ‘ଯୁବାୟନ’ । ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତ୍ରିପୁରା ମିଶ୍ର ଓ ପ୍ରସିଦ୍ଧ ଗୀତିକାର ଦେବଦାସ ଛୋଟରାୟଙ୍କ ଦ୍ୱାରା ଉଦଘାଟିତ ହୋଇଛି ‘ଯୁବାୟନ’ ।

ଟାଇମପାସ ପକ୍ଷରୁ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ୨୦୧୬ ମସିହାର ବାଦଲ ମହାନ୍ତି ଓ ୨୦୧୭ ମସିହା ଲାଗି ଶକ୍ତି ମହାନ୍ତିଙ୍କୁ ‘ଟାଇମପାସ୍ ବୁକର୍ ପୁରସ୍କାର’ ପ୍ରଦାନ କରାଯାଇଛି । ଏହି ଦୁଇ ଲେଖକଙ୍କ ପୁରସ୍କୃତ ପାଣ୍ଡୁଲିପି ଦ୍ୱୟକୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଏଥିସହିତ ଟାଇମପାସ ବେଷ୍ଟସେଲର୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଉପନ୍ୟାସରେ ପ୍ରଜ୍ଞାଶ୍ରୀ ରଥ, କବିତାରେ ଭାରତ ମାଝୀ ଓ ପ୍ରବନ୍ଧ ଲାଗି ପରଂବ୍ରହ୍ମ ତ୍ରିପାଠୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁସ୍ତକପ୍ରେମୀ ଅଜୟ ଖୁଣ୍ଟିଆଙ୍କୁ ‘ଟାଇମପାସ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯାଇଛି ।

ଏହି ଉତ୍ସବରେ କଳାର ସମସ୍ତ ବିଭାଗ ଯଥା ସାହିତ୍ୟ, ଚିତ୍ରକଳା, ସିନେମା, ନୃତ୍ୟ, ସଙ୍ଗୀତ, ନାଟକ, ଫଟୋଗ୍ରାଫି ଆଦିର ନୂଆ ନୂଆ ପରୀକ୍ଷାମୂଳକ ଉପସ୍ଥାପନା ଓ ଆଲୋଚନା ହେବ ବୋଲି ନିର୍ଦ୍ଦେଶକ ସରୋଜ ବଳ ସୂଚନା ଦେଇଛନ୍ତି ।

ନେତାଜୀ ଅଭିନନ୍ଦନ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଜ୍ଞା ପାରମିତା ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଯୁବ ଲେଖକ ସୁଜିତ କୁମାର ପଣ୍ଡାଙ୍କ ରଚିତ ‘ଏ ଗପର ନାଁ ନାହିଁ’ ଗଳ୍ପକୁ ଆଧାର କରି ରୋଜାଲିନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଏକ ନାଟକ ମଞ୍ଚସ୍ଥ ହୋଇଥିଲା ।

Leave A Reply

Your email address will not be published.