ଜୟପୁର: ବାପା ଜମିରେ କାମ କରୁଥିବା ବେଳେ ନିକଟସ୍ଥ ପୋଖରିରେ ବୁଡ଼ି ଭାଇଭଉଣୀ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପିପଳପୁଟ ଗାଁରେ । ଗାଁ ନିକଟସ୍ଥ ପୋଖରିରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ବୁଡ଼ି ମୃତ୍ଯୁ ବରଣ କରିଛନ୍ତି ।
ଜୀନୁ ବିଲରେ କାର୍ଯ୍ୟ କରୁଥିବା ବେଳେ ଦୁଇ ଭାଇ ଭଉଣୀ ଖେଳି ଖେଳି ପୋଖରି ଆଡ଼େ ଚାଲି ଯାଇଥିଲେ । କିଛି ସମୟ ପରେ ଜୀନୁ ଦୁଇଜଣଙ୍କୁ ଖୋଜା ଖୋଜି କରି ପାଇ ନଥିଲେ । ପରେ ସ୍ଥାନୀୟ ଲୋକ ପୋଖରୀରେ ଦୁଇ ଭାଇ ଭଉଣୀ ଭାସୁଥିବା ଦେଖି ବାହାରକୁ ଆଣିଥିଲେ । କିନ୍ତୁ ସେତେବେଳେକୁ ଭାଇ ଭଉଣୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।
Comments are closed.