Latest Odisha News

BREAKING NEWS

ରାଇସ କଟଲେଟ

ଭୁବନେଶ୍ୱର: ବଳି ଯାଇଥିବା ଭାତରୁ ପ୍ରସ୍ତୁତ ବକରନ୍ତୁ ରାଇସ କଟଲେଟ। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶକୀୟ ସାମଗ୍ରୀ:

ଭାତ : ୨୦୦ଗ୍ରାମ, ସିଝା ହୋଇଥିବା ଆଳୁ ୧୦୦ଗ୍ରାମ, ଅଦା- ୧୦ଗ୍ରାମ, ଦୁଇଟି କଞ୍ଚା ଲଙ୍କା, ଧନିଆ-୧୦ଗ୍ରାମ, ସ୍ବାଦ ଅନୁସାରେ ଲୁଣ, ୨ଗ୍ରାମ ଗରମ ମସଲା, କିସମିସ-୧୫ଗ୍ରାମ, ଆରାରୁଟ ପାଉଡର-୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ଦୁଇଟି ଆଳୁ ସିଝାଇବେ। ସେଥିରେ ଅଦା, ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଗ୍ୟାସରେ ଏକ କଢ଼େଇ ବସାଇ ସେଥିରେ ଗୋଟିଏ ଚାମଚ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଟା ହୋଇଥିବା ଅଦା, ସିଝା ଆଳୁକୁ ପକାଇ ଭଲ ଭାବେ ଭାଜି ନିଅନ୍ତୁ। ଏହା ଭଲଭାବେ ଭାଜି ହେବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ ବାହାର କରିନିଅନ୍ତୁ।

ଏହାପରେ ରଖା ହୋଇଥିବା ଭାତରେ ଆରାରୁଟ ପାଉଡ଼ର, ଲଙ୍କା, ଧନିଆ ପତ୍ର, ଲୁଣ, ଗରମ ମସଲା ଓ କିସମିସ ଓ ଆଳୁ ମିଶ୍ରଣକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଏକ କଢ଼େଇରେ ତେଲ ଗରମ କରି ସେଥିରେ ମିଶ୍ରଣକୁ କଟଲେଟ ଆକାରର କରି ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଇସ କଟଲେଟ।

Leave A Reply

Your email address will not be published.