Latest Odisha News

BREAKING NEWS

ଓଡିଶା କୋଚ ତାଲିକାରେ ସାମିଲ ହେଲେ ବସନ୍ତ ମହାନ୍ତି

ଭୁବନେଶ୍ୱର: ନିକଟରେ କ୍ରିକେଟରୁ ଅବସର ଘୋଷଣା କରିଥିବା ଓଡିଶାର ପେସ ବୋଲର ବସନ୍ତ ମହାନ୍ତିଙ୍କୁ ଓଡିଶା କ୍ରିକେଟ ଆସୋସିଏଶନ କୋଚ ତାଲିକାରେ ସାମିଲ କରିଛି । ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୫ ମ୍ୟାଚରେ ୪୦୩ ୱିକେଟ ଅକ୍ତିଆର କରିଛନ୍ତି । ବସନ୍ତଙ୍କ ସମେତ ନଟରାଜ ବେହେରା, ରଶ୍ମିରଞ୍ଜନ ଦାସ, ଦୀପକ ମଙ୍ଗରାଜ ଓ କେଭି ପ୍ରସାଦଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଓସିଏ ଓଭରାଲ ୧୧ଜଣଙ୍କୁ ଏଥିପାଇଁ ଚୟନ କରିଛି । ବର୍ତମାନ ଦୀନେଶ ମୋଙ୍ଗିଆ ଓଡିଶା ସିନିୟର ପୁରୁଷ ଦଳର କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ଭି ଭେଙ୍କଟରାମଙ୍କୁ ଟେକ୍ନିକାଲ ଡାଇରେକ୍ଟର ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସ୍ୱାଗତିକା ରଥ ଓ ମଧୂସ୍ମିତା ବେହେରାଙ୍କ ସମେତ ୬ଜଣଙ୍କୁ ମହିଳା କୋଚ ତାଲିକାରେ ସାମିଲ କରାଯାଇଛି ।

ଏହି ସମସ୍ତ କୋଚ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଦଳର ଦାୟିତ୍ୱ ପ୍ରଦାନ କରାଯିବ । ଏହି ପୂର୍ବତନ ଖେଳାଳିମାନେ କୋଚ ଦାୟିତ୍ୱ ତୁଲାଇଲେ ଓଡିଶା କ୍ରିକେଟର ଉନ୍ନତି ଘଟିବ ବୋଲି ଓସିଏ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।
ପୁରୁଷ କୋଚ: ଅବକାଶ ଖଟୁଆ, ଦୀପକ ମଙ୍ଗରାଜ, ସୁରେଶ କୁମାର, ନଟରାଜ ବେହେରା, ବସନ୍ତ ମହାନ୍ତି, କୁଲଦୀପ ଶର୍ମା, ରଶ୍ମି ରଞ୍ଜନ ଦାଶ, କେଭି ପ୍ରସାଦ ।
ମହିଳା କୋଚ: ପୁଷ୍ପାଞ୍ଜଳି ବେହେରା, କାଦମ୍ବିନି ମହାକୂଡ, ସ୍ୱାଗତିକା ରଥ, ମଧୁସ୍ମିତା ବେହେରା, ଟିକିଲତା ପ୍ରଧାନ ଓ ଈତିଶ୍ରୀ ପଟ୍ଟନାୟକ ।

Leave A Reply

Your email address will not be published.