Latest Odisha News

BREAKING NEWS

ସୁପରମ୍ୟାନ୍ ହେବା ନିଶା: ବାଳକ ନେଲେ ଇଞ୍ଜେକ୍ସନ, ବିଗିଡ଼ି ଗଲା ସ୍ୱାସ୍ଥ୍ୟ

ନ୍ୟୁୟର୍କ: ଅଧିକାଂଶ ପିଲା ଟିଭିରେ ସୁପରମ୍ୟାନ୍‌କୁ ଦେଖିବା ପରେ ତାହା ପରି ହେବାକୁ ଚେଷ୍ଟା କରିଥାନ୍ତି । ସୁପରମ୍ୟାନ ପରି ଆଖି ପିଛୁଳାକେ ଉଚ୍ଚ ଉଚ୍ଚ ଅଟ୍ଟାଳିକା ଚଢିବା, କେହି ଅସୁବିଧାରେ ଥିଲେ ତୁରନ୍ତ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିବା ଆଦି କରିବାକୁ ସମସ୍ତେ ଇଛା କରିଥାନ୍ତି । କିଛି ପିଲା ଏପରି ଉଦ୍ୟମ କରି ମଧ୍ୟ ବିଫଳ ହୋଇଥାନ୍ତି । କିନ୍ତୁ ଏବେ ଜଣେ ୧୫ ବର୍ଷର ବାଳକ ସବୁ ସୀମା ଅତିକ୍ରମ କରିଦେଇଛନ୍ତି । ନିଜେ ସୁପରମ୍ୟାନ୍ ହେବା ସ୍ୱପ୍ନ ପୂରଣ କରିବାକୁ ଯାଇ ସେ ନିଜ ଶରୀରରେ ମର୍କୁରି ଇଞ୍ଜେକ୍ସନ ନେଇ ଏବେ ତାର ପରିଣତି ଭୋଗୁଛନ୍ତି ।

୧୨ ବର୍ଷର ବାଳକ ଆମେରିକାରେ ରୁହନ୍ତି । ଟିଭିରେ ସେ ସୁପରମ୍ୟାନ ସିରିଏଲ ଦେଖିବାକୁ ବହୁତ ପସନ୍ଦ କରନ୍ତି । ତେଣୁ ଅଧିକାଂଶ ସମୟ ସେ ଏହିସବୁ ସିରିଏଲ ଦେଖିରେ ବ୍ୟସ୍ତ ରହିଥାନ୍ତି । କେବଳ ସେତିକି ନୁହେଁ, ଧୀରେ ଧୀରେ ସୁପରମ୍ୟାନ ହେବାର ସ୍ୱପ୍ନ ମନରେ କୁହୁଳିଲା । ସେ ଏକ୍ସ-ମେନ ସୁପରହିରୋ ମରକରି ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଏବଂ ତାଙ୍କ ପରି ହେବାକୁ ଚାହୁଁଥିଲେ । ଦିନେ ସେ ଅନୁଭବ କଲେ ଯେ ସୁପରହିରୋ ଶରୀରରେ ମର୍କୁରି ଥାଇପାରେ, ସେଥିପାଇଁ ସେ ସବୁକିଛି ଏତେ ସହଜରେ କରିପାରନ୍ତି । ଏହା ପରେ ନିଜକୁ ସୁପର ପାୱାର୍ ଦେବାକୁ ଚେଷ୍ଟା କରି ସେ ମର୍କୁରି ଇଞ୍ଜେକ୍ସନ ନେଲେ । କିନ୍ତୁ ସୁପର ପାୱାର ହେବା ପରିବର୍ତ୍ତେ ତାଙ୍କ ଅବସ୍ଥା ପୁରା ବିିଗିଡ଼ି ଗଲା ।

ପରିବାର ଲୋକେ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନାକୁ ନେଲେ । ତାଙ୍କ ଶରୀରର ଅନେକ ସ୍ଥାନରେ ଅଲସର ବିକଶିତ ହୋଇଥିବାର ଡ଼ାକ୍ତରମାନେ ଦେଖିବାକୁ ପାଇଲେ, ଯାହା ଭଲ ହୋଇପାରିବ ନାହିଁ । ପରେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନିଆଗଲା । ତା’ପରେ ପିଲାଟି ସବୁ ସତକଥା କହିଲା ଯେ, ସୁପରମ୍ୟାନ ହେବା ପାଇଁ ସେ ଜାଣିଶୁଣି ମର୍କୁରି ଇଞ୍ଜେକ୍ସନ ନେଇଛନ୍ତି । ଖୁସିର କଥା, ବାଳକଟି ଇଞ୍ଜେକ୍ସନ ନେଇଥିବା ମର୍କୁରି ଚର୍ମ ତଳେ ଥିଲା । ଏହା ସ୍ନାୟୁରେ ପହଞ୍ଚି ନ ଥିଲା । ଆଉ ଟିକେ ବିଳମ୍ବ ହୋଇଥିଲେ ମୃତ୍ୟୁ ହେବା ନିଶ୍ଚିତ ବୋଲି ଡ଼ାକ୍ତରମାନେ କହିଛନ୍ତି । ପିଲାମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହିବା ଉଚିତ ନୁହେଁ । କାରଣ ଏହା ସାଂଘାତିକ ହୋଇପାରେ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି ।

Comments are closed.