ନ୍ୟୁୟର୍କ: ସମଗ୍ର ବିଶ୍ୱରେ ଶ୍ରମଜୀବୀ ଗର୍ଭବତୀ ମହିଳାମାନଙ୍କୁ ମାତୃତ୍ୱ ଛୁଟି ଦିଆଯାଏ । ଭାରତରେ ଜଣେ ମହିଳାଙ୍କୁ ୬ ମାସ ଛୁଟି ମିଳୁଥିବା ବେଳେ ଅନ୍ୟ ଦେଶରେ ବର୍ଷେ ପର୍ଯ୍ୟନ୍ତ ଛୁଟି ମିଳିଥାଏ । କିନ୍ତୁ ଆମେରିକାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ମାତୃତ୍ୱ ଛୁଟିରେ ଯାଇଥିଲେ । କମ୍ପାନୀରେ ଜଏନ୍ କରିବା ପୂର୍ବରୁ ସେ ଜାଣିବାକୁ ପାଇଲେ ଯେ, ବିନା ନୋଟିସ୍ରେ କମ୍ପାନୀ ତାଙ୍କୁ ଗୋଟେ ମାସ ପୂର୍ବରୁ ବରଖାସ୍ତ କରି ଦେଇଛନ୍ତି । ଏହାକୁ ବେଆଇନ ବୋଲି ବର୍ଣ୍ଣନା କରି ମହିଳା ଜଣକ କୋର୍ଟରେ ଆଶ୍ରୟ ନେଲେ ଓ ଆଉ ତାହାପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ଏନେଲ୍ସ ନାମକ ଜଣେ ମହିଳା ଆମେରିକାର ନ୍ୟୁ ଜର୍ସିରେ ରୁହନ୍ତି । ସେ ଏକ କମ୍ପାନୀରେ ଚାକିରି କରିଥିଲେ । ସେ କମ୍ପାନୀର ଅନୁମତି ନେଇ ମାଟରନିଟି ଲିଭ୍ରେ ରହିଥିଲେ । ହେଲେ ଛୁଟି ସରିବା ପରେ ଅଫିସରେ ଜଏନ୍ କରିବାକୁ ଯିବାରୁ କମ୍ପାନୀ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ମନା କରିଥିଲା । କାରଣ ତାଙ୍କୁ ଗୋଟେ ମାସ ପୂର୍ବରୁ ବରଖାସ୍ତ କରାଯାଇଛି ବୋଲି ସେ ଜାଣିବାକୁ ପାଇଲେ । ନିଜର ଅଧିକାର ପାଇଁ ସେ ଆଇନ ଅନୁଯାୟୀ ଶ୍ରମ ବିଭାଗର ଦ୍ୱାରସ୍ଥ ହେଲେ । ଶେଷରେ ଏହା କମ୍ପାନୀର ଭୁଲ ବୋଲି କୋର୍ଟ ଦର୍ଶାଇଲେ । ତେଣୁ ମହିଳାଙ୍କୁ ସମୁଦାୟ ୧୧୩,୫୦୦ ଡଲାର କ୍ଷତିପୂରଣ ବାବଦରେ ୬୬,୦୦୦ ଡଲାର ଏବଂ ଆଇନଗତ ଖର୍ଚ୍ଚରେ ୪୭,୫୦୦ ଡଲାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ବାବଦକୁ ଅଭିଯୋଗକାରିଣୀଙ୍କୁ ମୋଟ ୯୪ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ ହେଲା କମ୍ପାନୀ ।
Comments are closed.