Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କୁ ଯଦି ଭଗବାନଙ୍କ ସହ ବସାଇ ଦିଆଯାଏ, ତେବେ ସିଏ ତାଙ୍କୁ ବ୍ରହ୍ମାଣ୍ଡର ରହସ୍ୟ ବୁଝାଇ ଦେବେ; ରାହୁଲ ଗାନ୍ଧୀ

ସାନ୍‌ଫ୍ରାନ୍ସିସ୍‌ସ୍କୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର(ମେ ୩୦) ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସେ ସାନ୍‌ଫ୍ରାନ୍ସିସ୍‌କୋରେ ଆମେରିକାରେ ରହୁଥିବା ମୂଳ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ତାଙ୍କର ଭାରତ ଯୋଡ଼ ଯାତ୍ରା କଥା କହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ସର୍ବଜଣା କହି କଟାକ୍ଷ କରିଛନ୍ତି ରାହୁଲ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦରକାର ପଡ଼ିଲେ ଭଗବାନଙ୍କୁ ବ୍ରହ୍ମାଣ୍ଡର କେମିତି କାମ କରେ ବୁଝେଇ ଦେବେ ବୋଲି ରାହୁଲ କହିଛନ୍ତି। ତା ସହିତ ରାଜନୀତି ପାଇଁ ଯେଉଁସବୁ ସବୁ ସଂସାଧନର ଆବଶ୍ୟକ ପଡ଼ିଥାଏ ବିଜେପି ତାକୁ ସବୁ ଅକ୍ତିଆର କରି ନେଇଛି ବୋଲି ରାହୁଲ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଯେ ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ସେମାନେ ସବୁ କିଛି ଜାଣିଛନ୍ତି। ଭଗବାନଙ୍କ ଠାରୁ ବି ଅଧିକ ଜାଣିଛନ୍ତି। ଭଗବାନଙ୍କ ସହ ବସି ତାଙ୍କୁ ବୁଝାଇପାରିବେ। ରାହୁଲ ମୋଦୀଙ୍କ ଉପରେ କଟାକ୍ଷ କରି କହିଛନ୍ତି ଯେ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ସେମାନଙ୍କ ଭିତରୁ ଜଣିଏ। ମୋଦୀ ଜୀଙ୍କୁ ଯଦି ଭଗୱାନଙ୍କ ସହ ବସାଇ ଦିଆଯାଏ ତେବେ ସେ ଭଗୱାନ୍‌ଙ୍କୁ ବୁଝାଇବା ଆରମ୍ଭ କରିଦେବେ ଯେ ବ୍ରାହ୍ମାଣ୍ଡ କେମିତି କାମ କରେ ?।

ସେହିପରି ରାହୁଲ ତାଙ୍କର ଭାରତ ଯୋଡ଼ୋ ଯାତ୍ରାର ସଫଳତା ବି ଆମେରିକାର ବଖାଣିଛନ୍ତି। ସେ କହିଛନ୍ତି ଯେ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିବା ୬ ଦିନ ପରେ ଲାଗିଲେ ଯେ ଏତେବାଟ ପାଦରେ ଚାଲି ଚାଲିଯିବା କଷ୍ଟକର ବ୍ୟାପାର। ତେବେ ମୋ ପାଖରେ କୌଣସି ଚାରା ନଥିଲା। ପ୍ରତିଦିନ କଂଗ୍ରେସ ନେତା ଓ କର୍ମୀମାନେ ମୋ ସାଙ୍ଗରେ ୨୫ କିମି ଚାଲିଥିଲେ। ୩ ସପ୍ତାହ ଚାଲିବା ପରେ ମୋତେ ଲାଗିଲା ଯେ ମୁଁ ଏପର୍ଯ୍ୟନ୍ତ ଥକି ନାହିଁ କି କର୍ମୀମାନେ ବି ଥକି ନଥିଲେ। ମୋ ସହ ପୂରା ଭାରତ ପାଦରେ ପାଦ ମିଶାଇ ଚାଲୁଥିଲା ବୋଲି ରାହୁଲ କହିଛନ୍ତି।  ରାହୁଲ ଲୋକଙ୍କ ପ୍ରଶ୍ନ ଉତ୍ତର ମଧ୍ୟ ଦେଇଥିଲେ। ହେଲେ ବିଜେପି ଲୋକଙ୍କ ଉତ୍ତର କେବେ ଦେବନି ବୋଲି ରାହୁଲ କହିଥିଲେ।

Comments are closed.