Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ଲକ୍ଷ୍ୟ ସେନ, କିରଣ କ୍ୱାର୍ଟରରେ, ସାଇନା ବିଦା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ, କିରଣ ଜର୍ଜ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ଲକ୍ଷ୍ୟ ୨୧-୧୭, ୨୧-୧୫ରେ ଚୀନର ଲି ଶିଫେଙ୍ଗଙ୍କୁ ଓ କିରଣ ମାଲେସିଆ ମାଷ୍ଟର୍ସ ଫାଇନାଲିଷ୍ଟ ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ୨୧-୧୧ ଓ ୨୧-୧୯ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ମହିଳା ସିଙ୍ଗଲ୍ସରେ ସାଇନା ଚୀନର ୱିଙ୍ଗ ଝିଆଓଙ୍କ ନିକଟରୁ ୨୧-୧୧, ୨୧-୧୪ରେ ଏବଂ ଅଶ୍ମିତା ଚାଲିହା ସ୍ପେନର କାରୋଲିନା ମାରିନଙ୍କ ନିକଟରୁ ୨୧-୧୮ ଓ ୨୧-୧୩ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି କଡା ସଂଘର୍ଷ ସତ୍ୱେ ଇଣ୍ଡୋନେସିଆର ମୌଲାନା ଓ ଫିକରୀ ଯୋଡିଙ୍କ ନିକଟରୁ ୨୬-୨୪, ୨୧-୧୭, ୨୧-୧୭ରେ ହାରି ଯାଇଥିଲେ । ପ୍ରଥମ ଦିବସରୁ ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ପ୍ରତିଯୋଗିତାରୁ ହାରି ବିଦାୟ ନେଇ ସାରିଛନ୍ତି ।

Leave A Reply

Your email address will not be published.