Latest Odisha News

BREAKING NEWS

ଉଦ୍ଧାର କାର୍ଯ୍ୟ ଶେଷ; ରେଳ ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ରେଳମନ୍ତ୍ରୀଙ୍କ ସୂଚନା

ବାଲେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଣଟାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ଟ୍ରେନ୍‌ ଟ୍ରାକ୍‌  ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଏ ନେଇ ସେ କହିଛନ୍ତି  ଯେ ଯେଉଁ ଘଟଣାର ମୂଳରୁ ତଦନ୍ତ ହେବ। ଭବିଷ୍ୟତରେ ଯେମିତି ଏପରି ଘଟଣା  ଆଉ ନ ଘଟେ ଏଥିପାଇଁ ବ୍ୟବସ୍ଥା କରିବୁ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏପାଖରୁ ସେପାଖ ଉଦ୍ଧାର କାର୍ଯ୍ୟା ଆରମ୍ଭ ହୋଇଛି। ଦୁର୍ଘଟଣା ସ୍ଥାଲ ଖାଲି ଲେ ଯାଇ ଉଦ୍ଧାର କାର୍ଯ୍ୟ ଭଲରେ ହୋଇପାରିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି ବାଲେଶ୍ୱରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ  ଏହି ଭୟ ଟ୍ରେନ୍ ଦୁର୍ଘଟଣା ଘଟିଛି। ସକାଳୁ ସକାଳୁ ରେଳମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁତର ଓ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହା ପୂର୍ବରୁ ମୃତକଙ୍କ ପାଇଁ ୧୦ ଲକ୍ଷ ଓ ଆହତଙ୍କ ପାଇଁ ୨ ଲକ୍ଷ ପୁରଷ୍କାର ରାଶି ଘୋଷଣା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ତେବେ ଆଜି ସକାଳେ ଦୁର୍ଘଟଣା ସ୍ଥଳର ସମୀକ୍ଷା କରିବା ପରେ ମନ୍ତ୍ରୀ ଏହାକୁ ଏକ ବଡ଼ ରେଳ ଦୁର୍ଘଟଣା କହିବା ସହିତ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

କମିଟିର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ କୋଲକାତା – ଚେନ୍ନାଇ ମାର୍ଗରେ ରେଳଚଳାଚଳକୁ କିପରି ଯଥାଶୀଘ୍ର ସ୍ୱାଭାବିକ କରାଯିବ ସେ ଦିଗରେ ମଧ୍ୟ ତୁରନ୍ତ କାର୍ଯ୍ୟାରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ଟ୍ରେନ୍ ଦୁର୍ଘଟଣାରେ ପୀଡିତ ରାଜ୍ୟବାସୀଙ୍କ ପାଇଁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର। ସେ ବାଲେଶ୍ୱର ଆସି ଦୁର୍ଘଟଣା ସ୍ଥାନର ସ୍ଥିତି ପରଖିବା ପରେ ଏହି ଘୋଷଣା କରିଛନ୍ତି।

Leave A Reply

Your email address will not be published.