Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣା ବୈଷୟିକ ତ୍ରୁଟି ନା ମନୁଷ୍ୟକୃତ ? ଦୁର୍ଘଟଣା ପାଇଁ ଦାୟୀ କିଏ ?

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଲୱେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ପରେ ପ୍ରଶ୍ନ ଉଠୁଛି ଦୁର୍ଘଟଣା କେମିତି ହେଲା ? ଏତେ ବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ ?

ବୈଷୟିକ ତ୍ରୁଟି ପାଇଁ ଏତେ ବଡ଼ ଅଘଟଣ ଘଟିଲା ନା ମନୁଷ୍ୟକୃତ ତ୍ରୁଟି ପାଇଁ ଏମିତି ହେଲା । ଏଭଳି ପ୍ରଶ୍ନ ଉଠୁଥିବା ବେଳେ ବାହାନଗା ଦୁର୍ଘଟଣା ସ୍ଥଳର ଚିତ୍ର ଅତି ହୃଦୟ ବିଦାରକ । ଯାହାକୁ ସିଧାସଳଖ ଦେଖାଇବା ସମ୍ଭବ ନୁହେଁ ।

ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇଥିଲା । ଆଉ ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ମଧ୍ଯ କରମଣ୍ଡଳ ଏକ୍ସପ୍ରେସକୁ ଧକ୍କା ଦେଇ ଲାଇନଚ୍ୟୁତ୍ ହୋଇଥିଲା । ୩ଟି ଟ୍ରେନ୍ ପରସ୍ପର ଧକ୍କା ହେବା ଫଳରେ ଟ୍ରାକରୁ ଏକାଧିକ ବଗି ଏଣେତେଣେ ଖସି ଯାଇଥିଲା ।

ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଟ୍ରାକରୁ ଖସିବା ପରେ ଗୋଟିଏ ବଗି ଉପରେ ଆଉ ଗୋଟିଏ ବଗି ଚଢ଼ି ଯାଇଥିଲା । କରମଣ୍ଡଳ ଏକ୍ସପ୍ରେସ୍ ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ରେଳ ମନ୍ତ୍ରଣାଳୟ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ମାଲଗାଡ଼ୀ ଛିଡ଼ା ହୋଇଥିବା ଟ୍ରାକରେ କେମିତି ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହା ବୈଷୟିତ ତ୍ରୁଟି ଥିଲା ନା ମନୁଷ୍ୟକୃତ ଭୁଲ୍ ? ନା ସିଗନାଲରେ ତ୍ରୁଟି ପାଇଁ ଏତେ ବଡ଼ ଦୁର୍ଘଟଣା ହେଲା ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ରେଲୱେର ‘କବଚ’ ସୁରକ୍ଷା ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.