Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ମୃତଦେହର ଫଟୋ ଜାରି କଲେ ସରକାର

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଶୁକ୍ରବାର ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୃତକଙ୍କ ମଧ୍ୟରୁ ୮୮ଟି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ୧୮୭ଟି ମୃତଦେହ ଏଯାବତ୍ ଚିହ୍ନଟ ହୋଇ ପାରି ନାହିଁ ।

ଚିହ୍ନଟ ହୋଇ ପାରି ନଥିବା ମୃତଦେହର ଫଟୋ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଫଟୋ ଦେଖି ମୃତଦେହ ଚିହ୍ନଟ କରିବା ଲାଗି ସରକାରଙ୍କ ପକ୍ଷରୁ ୩ଟି ୱେବସାଇଟରେ ଫଟୋ ଅପଲୋଡ୍ କରାଯାଇଛି । https://srcodisha.nic.in, https://bmc.gov.in, https://osdma.org ୱେବସାଇଟରେ ଫଟୋ ସହ ମୃତଦେହର ସିରିଏଲ୍ ନମ୍ବର ଦିଆଯାଇଛି ।

କେହି ସମ୍ପର୍କୀୟ ମୃତଦେହକୁ ଚିହ୍ନଟ କରିଲେ ୧୯୨୯ ହେଲ୍ପ ଡେସ୍କ ନମ୍ବରରେ କଲ୍ କରି ଜଣାଇ ପାରିବେ । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ପ୍ରଶାସନ ପକ୍ଷରୁ ମୃତଦେହକୁ ପଠାଇବା ଲାଗି ସମସ୍ତ ବ୍ୟବସ୍ଥା କରାଯିବ । ଚିହ୍ନଟ ହୋଇ ପାରି ନଥିବା ୧୮୭ଟି ମୃତଦେହ ମଧ୍ୟରୁ ୧୭୦ ମୃତଦେହ ଭୁବନେଶ୍ୱର ଅଣାଯାଇଥିବା ବେଳେ ୧୭ଟି ମୃତଦେହ ଆଣିବାକୁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.