Latest Odisha News

BREAKING NEWS

ବାଲେଶ୍ୱର ବାହାନଗା ଟ୍ରାକ୍‌ରେ ସ୍ୱାଭାବିକ ହେଲା ରେଳ ଚଳାଚଳ, ଗଡ଼ିଲା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ସୋମବାର ସକାଳୁ ଦୁଇଟି ଟ୍ରେନ୍ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି। ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି। ଏବେ ଅଧଘଣ୍ଟା ପୂର୍ବରୁ ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଇଥିବା ସୂଚନା ମିଳିଛି।ଦୁର୍ଘଟଣା ଘଟିଥିବା ଟ୍ରାକ୍ ଦେଇ ଟ୍ରେନ୍‌ଗୁଡ଼ିକ ଯିବା ବେଳେ ଧୀରେ ଧୀରେ ଗତିରେ ଯାଇଥିଲେ।

ସୋମବାର ସକାଳୁ ଯାଇଥିବା ଟ୍ରେନ୍‌ ଉଦ୍ଧାରକାରୀ ଦଳର କିଛି କର୍ମୀ ମଧ୍ୟ ନିଜ ନିଜ ସ୍ଥାନକୁ ଫେରିଯାଇଛନ୍ତି।  ଏହାଛଡା ମାଲବାହୀ ଗାଡ଼ି ବି ଗଡ଼ିଛି। ତେବେ ଗତକାଲି ରାତିରେ ୫୧ ଘଣ୍ଟା ପରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଏକ ମାଲବାହୀ ଟ୍ରେନ୍‌ ଟ୍ରାକ୍‌ରେ ଗଡ଼ିଥିଲା।

ପରୀକ୍ଷା ସଫଳ ହେବା ପରେ ହାତ ଯୋଡ଼ି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ହେଲେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ପରେ ବି ରେଳବାଇର ଦାୟିତ୍ୱ ସରି ନାହିଁ। ପରିବାର ଲୋକଙ୍କୁ ଖୋଜିବା କାମ ମଧ୍ୟ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି।

Comments are closed.