Latest Odisha News

BREAKING NEWS

ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଚ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଝଟକା। ତାଙ୍କ ଅନ୍ତରୀଣ ଜାମିନ ଆବେଦନ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସିସୋଦିଆ ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତି ଜଘନ୍ୟ, ତେଣୁ ଜାମିନ ପ୍ରଦାନ କଲେ ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଛି।

ସେପଟେ ସିସୋଦିଆ ତାଙ୍କ ସୁବିଧା ଅନୁଯାୟୀ ଅସୁସ୍ଥ ପତ୍ନୀଙ୍କୁ ହାଜତ ମଧ୍ୟରେ ଯେକୌଣସି ଦିନ ସକାଳ ୧୦ ଟା ରୁ ସନ୍ଧ୍ୟା ୫ଟା ମଧ୍ୟରେ ଭେଟିପାରିବେ ବୋଲି ବିଚାରପତି ଦିନେଶ କୁମାର ଶର୍ମା ଅନୁମତି ଦେଇଛନ୍ତି। ଏଥିପୂର୍ବରୁ ଅଦାଲତ ମନୀଷ ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଏଲଏନଜେପି ହସ୍ପିଟାଲରୁ ରିପୋର୍ଟ ମାଗିବା ପରେ ତାଙ୍କୁ ଏମ୍ସରେ ଚିକିତ୍ସା କରାଯାଇବାକୁ ପରାମର୍ଶ ଦେଇଥିଲେ।

ଦିଲ୍ଲୀ ଅବକାରୀ ନୀତି ଅନିୟମିତତାକୁ ନେଇ ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୁଜୁ କରିଥିବା ଅର୍ଥ ହେରଫେର ମାମଲା ରୁଜୁ କରିଛି। ଏହି ଅର୍ଥ ହେରଫେର ମାମଲା ଉପରେ ସିସୋଦିଆ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଏହି ମାମଲାରେ ମାର୍ଚ୍ଚ ୯ ତାରିଖରେ ଗିରଫ ହେବା ପରେ ସିସୋଦିଆଙ୍କୁ ତିହାଡ଼ ଜେଲରେ ରଖାଯାଇଛି। ଶନିବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସିସୋଦିଆଙ୍କ ଛଅ ସପ୍ତାହର ଅନ୍ତରୀଣ ଜାମିନ ଆବେଦନକୁ ସଂରକ୍ଷିତ ରଖିବାକୁ ଆଦେଶ ଦେଇଥିଲେ।

Leave A Reply

Your email address will not be published.